ବାଣ ନିଷିଦ୍ଧକୁ ବିରୋଧ: କେଜ୍ରିୱାଲଙ୍କ ବାସଭବନ ବାହାରେ ବିଜେପିର ଆନ୍ଦୋଳନ

Advertisment
ବାଣ ନିଷିଦ୍ଧକୁ ବିରୋଧ: କେଜ୍ରିୱାଲଙ୍କ ବାସଭବନ ବାହାରେ ବିଜେପିର ଆନ୍ଦୋଳନ

ANI News

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଦିଲ୍ଲୀରେ ବାଣ ନିଷିଦ୍ଧ କରିବା‌ର କିଛି ଦିନ ପରେ ଶୁକ୍ରବାର ଦିନ ବିଜେପି ନେତା ତଜିନ୍ଦର ପାଲ୍‌ ସିଂହ ବଗ୍ଗା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବାହାରେ ଆନ୍ଦୋଳନ କରିଛନ୍ତି। ବିଜେପି ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଔରଙ୍ଗଜେବଙ୍କ ସହ ତୁଳନା କରିଛନ୍ତି। ବଗ୍ଗା କହିଛନ୍ତି, ଔରଙ୍ଗଜେବଙ୍କ ପରି କେଜ୍ରିୱାଲ ମଧ୍ୟ ବାଣ ନିଷିଦ୍ଧ କରିଛନ୍ତି। ପୂର୍ବରୁ ବଗ୍ଗା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଣ ହିନ୍ଦୁ କହିଥିଲେ। ବିଜେପି ନେତା କହିଛନ୍ତି, ନିର୍ବାଚନରେ ଜିତିଲେ ବାଣ ଫୁଟାଯାଉଛି। ସେତେବେ‌ଳେ ପ୍ରଦୂଷଣ ହେଉନି କିନ୍ତୁ ଉତ୍ସବରେ ବାଣ ଫୁଟାଇଲେ ପ୍ରଦୂଷଣ ହେଉଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସରକାର ଅକ୍ଟୋବର ୧୯ରେ ଏକ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଦିଲ୍ଲୀରେ ବାଣ ଫୁଟାଇଲେ ଏବଂ ବାଣ କିଣିଲେ ୬ ମାସ ଜେଲ୍‌ ହେବ। ସେହିପରି ବାଣ ଉତ୍ପାଦନ, ଗଚ୍ଛିତ ଏବଂ ବିକ୍ରି କ‌ଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe