ରାହୁଲ ଗାନ୍ଧି ରାଷ୍ଟ୍ରପତିଙ୍କ କଲେ ଅପମାନ; ଭିଡିଓ ସେୟାର କଲା ବିଜେପି

ସେହିପରି  ଅନ୍ୟ ଏକ ଭିଡିଓରେ ରାହୁଲ ଗାନ୍ଧି ଚୌକିରେ ବସିଥିବା ଦେଖିବାକୁ ମିଳୁଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଅନ୍ୟ ନେତାମାନେ ମଞ୍ଚ ଉପରେ ଛିଡ଼ା ହୋଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ରାଷ୍ଟ୍ରପତି ମୁର୍ମୁଙ୍କ ଅଭିବାଦନ ନକରି ରାହୁଲ ମଞ୍ଚ ଉପରୁ ଓହ୍ଲାଇ ଯାଇଥିଲେ। 

ନପନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମଙ୍ଗଳବାର ସଂସଦରେ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିବାଦନ ନକରି ଅପମାନ କରିଥିବା ଅଭିଯୋଗ ହୋଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ସମ୍ବିଧାନ ଦିବସ ଅବସରର ଭିଡିଓ କ୍ଲିପ ସେୟାର କରି ବିଜେପି ନେତା ଅମିତ ମାଲବୀୟ ଅଭିଯୋଗ କରିଛନ୍ତି କି ଜାତୀୟ ସଙ୍ଗୀତ ଗାନ ସମୟରେ କଂଗ୍ରେସ ନେତା ଧ୍ୟାନ ଦେଇ ନଥିଲେ।

ଅମିତ ମାଲବୀୟ କାର୍ଯ୍ୟକ୍ରମର ଦୁଇଟି ଭିଡିଓ ସେୟାର କରିଛନ୍ତି। ଏଥିମଧ୍ୟରୁ ଗୋଟିଏରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ରାହୁଲ ଗାନ୍ଧି ଧ୍ୟାନ ନଦେଇ ଏଣେତେଣେ ଦେଖୁଛନ୍ତି। ଏହି କ୍ରମରେ ଅନ୍ୟ ନେତାମାନେ ସାବଧାନ ମୁଦ୍ରାରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି।

ସେହିପରି  ଅନ୍ୟ ଏକ ଭିଡିଓରେ ରାହୁଲ ଗାନ୍ଧି ଚୌକିରେ ବସିଥିବା ଦେଖିବାକୁ ମିଳୁଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଅନ୍ୟ ନେତାମାନେ ମଞ୍ଚ ଉପରେ ଛିଡ଼ା ହୋଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ରାଷ୍ଟ୍ରପତି ମୁର୍ମୁଙ୍କ ଅଭିବାଦନ ନକରି ରାହୁଲ ମଞ୍ଚ ଉପରୁ ଓହ୍ଲାଇ ଯାଇଥିଲେ। 

ବିଜେପି ନେତା ଅମିତ ମାଲବୀୟ କଂଗ୍ରେସ ନେତା ନିକଟରେ କରିଥିବା  ଟିପ୍ପଣୀର ଆଲୋଚନା କରି ଏକ୍ସରେ ଲେଖିଥିଲେ, ‘ରାହୁଲ ଗାନ୍ଧି ୫୦ ସେକେଣ୍ଡ ପାଇଁ ନିଜର ଧ୍ୟାନ ଗୋଟିଏ ସ୍ଥାନରେ ରଖି ପାରି ନଥିଲେ।  ସେହି ବ୍ୟକ୍ତି ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଅରୁଚିକର ଟିପ୍ପଣୀ ଦେବାର ଦୁଃସାହସ କରିଥିଲେ। ରାହୁଲ ଗାନ୍ଧି କିଛିଦିନ ପୂର୍ବରୁ କଂଗ୍ରେସର ଏକ କାର୍ଯ୍ୟକ୍ରମରେ କହିଥିଲେ,‘ଆମେରିକା ରାଷ୍ଟ୍ରପତିଙ୍କୁ ଭୁଲିବାର ରୋଗ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe