ବିଭିନ୍ନ ଖବରକାଗଜରେ ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏହି ସ୍ଲୋଗନ୍‌ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି।

modi

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏହି ସ୍ଲୋଗନ୍‌ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି। ତେବେ ବିଜେପିର ଏହି ସ୍ଲୋଗାନ୍‌କୁ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ବି ସମାଲୋଚନା କରିଛନ୍ତି। 

ନିକଟରେ ମହାରାଷ୍ଟ୍ରର ଧୁଲେରେ ହୋଇଥିବା ଏକ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ଦଳର ଏକମାତ୍ର ଏଜେଣ୍ଡା ହେଉଛି ଗୋଟିଏ ଜାତି, ଧର୍ମ ବା ସଂପ୍ରଦାୟକୁ ଅନ୍ୟଟି ବିରୋଧରେ ଉସୁକାଇବା। 

ଦେଶରେ ବିଭାଜନକୁ ବିରୋଧ କରି ବିଜେପି ଏହି ‘ଏକ୍‌ ହେ ତୋ ସେଫ୍‌ ହେ’ ବା ଏକତା ହିଁ ନିରାପତ୍ତା ଶୀର୍ଷକକୁ ତାହାର ମୁଖ୍ୟ ନିର୍ବାଚନ ପ୍ରଚାର ସ୍ଲୋଗାନ ଭାବେ ପ୍ରୟୋଗ କରୁଛି। 

ପ୍ରଧାନମନ୍ତ୍ରୀ ଆହୁରି ବି ଅଭିଯୋଗ ଆଣି କହିଛନ୍ତି ଯେ ‘‘କଂଗ୍ରେସ ଚାହୁଁନାହିଁ ଯେ ଅନୁସୂଚୀତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକ ଉଚିତ ପରିଚୟ ନପାଆନ୍ତୁ। 

ତେବେ ମୋଦୀଙ୍କ ଏହି ନୂଆ ସ୍ଲୋଗାନ୍‌ ଭିତରେ ଅନ୍ୟ ଦଳର ନେତାମାନେ ତାଙ୍କ ପୁରୁଣା ସ୍ଲୋଗାନ୍‌ ‘କଟେଙ୍ଗେ ତ ବଟେଙ୍ଗେ’କୁ ମନେ ପକାଇ କହିଛନ୍ତି ଯେ ତାହା ବିଫଳ‌ ହୋଇଛି ବୋଲି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe