ଜୟ ଶ୍ରୀରାମ ସ୍ଲୋଗାନ୍‌ ନେଇ ବିଜେପି ଓ କଂଗ୍ରେସ ବିଧାୟକ ମୁହାଁମୁହିଁ

Advertisment

Kerala Kaumudi

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ବିଧାନସଭା ବାହାରେ ଆଜି ବିଜେପି ବିଧାୟକ ସିପି ସିଂହ ଏବଂ କଂଗ୍ରେସ ବିଧାୟକ ଇରଫାନ୍‌ ଅନ୍‌ସାରି ‘ଜୟ ଶ୍ରୀରାମ ସ୍ଲୋଗାନ୍‌’ ନେଇ ମୁହାଁମୁହିଁ ହୋଇଛନ୍ତି। ବିଜେପି ବିଧାୟକ ସିଂହ କଂଗ୍ରେସ ବିଧାୟକ ଅନ୍‌ସାରିଙ୍କୁ ‘ଜୟ ଶ୍ରୀ ରାମ’ ସ୍ଲୋଗାନ୍‌ କହିବାକୁ ବାଧ୍ୟ କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଉଭୟ ନେତା ଝାଡ଼ଖଣ୍ଡ ବିଧାନସଭା ବାହାରେ ଗଣମା‌ଧ୍ୟମକୁ ବାର୍ତ୍ତା ଦେଉଥିବା ସମୟରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଅନ୍‌ସାରି ଗଣମାଧ୍ୟମରେ କହିଥିଲେ ଯେ ରାଜ୍ୟରେ ଚାକିରି ନଥିବାରୁ ବିଜେପି ନିର୍ବାଚନ ପୂର୍ବରୁ ବିଧାନସଭାରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ୍‌ ଦେଇ ଏଥିରୁ ବର୍ତ୍ତିବାକୁ ଚେଷ୍ଟା କରିଥିଲା। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ସିଂହ ଅନ୍‌ସାରିଙ୍କୁ ‘ଜୟ ଶ୍ରୀ ରାମ’ କହିବାକୁ କହିଥିଲେ। ତେବେ ସିଂହ କ’ଣ ତାଙ୍କୁ ଧମକ ଦେଉଛନ୍ତି କି ବୋଲି ଅନ୍‌ସାରି ପ୍ରଶ୍ନ କରିବାରୁ ଏହାର ଉତ୍ତରରେ ବିଜେପି ନେତା ସିଂହ କହିଥିଲେ ଯେ ଅନ୍‌ସାରିଙ୍କ ପୂର୍ବଜମାନେ ମଧ୍ୟ ଜୟ ଶ୍ରୀ ରାମ କହୁଥିଲେ। ତେଣୁ ଏଥିରେ କିଛି ଭୟ କରିବାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe