ମୋଦୀଙ୍କ ପରେ ତିଷ୍ଠି ପାରିବ ନାହିଁ ବିଜେପି, କଂଗ୍ରେସ ସବୁବେଳେ ରହିଥିବ: କଂଗ୍ରେସ ନେତା

Advertisment
ମୋଦୀଙ୍କ ପରେ ତିଷ୍ଠି ପାରିବ ନାହିଁ ବିଜେପି, କଂଗ୍ରେସ ସବୁବେଳେ ରହିଥିବ: କଂଗ୍ରେସ ନେତା

Image Courtesy: The Indian Express

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଦଳରେ ହଇଚଇ ସୃଷ୍ଟି ହୋଇଛି। ଇତ୍ୟବସରରେ କଂଗ୍ରେସର ବରିଷ୍ଠ ନେତା ବିରପ୍ପା ମୋଇଲି ଦଳର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି।

ବିଜେପି ଓ ଅନ୍ୟ ଦଳମାନେ ଯିବେ ଆସିବେ। କେବଳ କଂଗ୍ରେସ ହିଁ ଏପରି ଏକ ଦଳ ଯାହା ସବୁବେଳେ ରହିଥିବ। ପୁଣି ଥରେ ଦଳକୁ ସତ୍ତାକୁ ଆଣିବାକୁ ହେଲେ ଦଳର କର୍ମୀମାନେ କାମ କରିବାର ଢଙ୍ଗକୁ ପରିବର୍ତ୍ତନ କରିବା ଉଚିତ ବୋଲି ସେ କହିଛନ୍ତି।

ଗୁଲାମ ନବୀ ଆଜାଦଙ୍କ ଘରେ କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ନେତାମାନଙ୍କ ବୈଠକ ପରେ ବିରପ୍ପା ମୋଇଲି ଏହି ବୟାନ ଦେଇଛନ୍ତି। ବିରପ୍ପା ମୋଇଲି କହିଛନ୍ତି, କଂଗ୍ରେସ ସବୁବେଳେ ରହୁଥିବା ଦଳ। ଜବାହର ଲାଲ ନେହରୁ କହିଥିଲେ ଯେ ଯଦି କଂଗ୍ରେସ ଗରିବ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ କାମ କରିବା ବନ୍ଦ କରିଦେବ ତେବେ କଂଗ୍ରେସ ଶେଷ ହୋଇଯିବ। ଆମକୁ ଏହି ଲୋକମାନଙ୍କ ପାଇଁ କାମ କରିବାକୁ ହେବ ଓ ଆଶା ହରାଇବା ଉଚିତ ନୁହଁ। କଂଗ୍ରେସ ନେତା ମାନଙ୍କୁ ଏହି କଥାରୁ ନିରାଶ ହେବା ଉଚିତ ନୁହଁ ଯେ ଆମେ ଶାସନରେ ନାହୁଁ। ବିଜେପି ଓ ଅନ୍ୟ ଦଳଗୁଡିକ ଆସୁଥିବେ ଯାଉଥିବେ। କିନ୍ତୁ କଂଗ୍ରେସ ହିଁ ଏଠାରେ ସବୁବେଳେ ତିଷ୍ଠି ରହିଥିବ। ବିଜେପି ସବୁବେଳେ ରହିଲା ଭଳି ଦଳ ନୁହେଁ। ମୋଦୀଙ୍କ ପରେ ବିଜେପିର ତିଷ୍ଟି ରହିବା କଷ୍ଟକର ହେବ।

ବିରପ୍ପା ମୋଇଲିଙ୍କ ଅନୁସାରେ ଜି-୨୩ ଗୋଷ୍ଠୀ, ବରିଷ୍ଠ ନେତାମାନଙ୍କୁ ସମାଲୋଚନା କରୁଛି ଓ କଂଗ୍ରେସକୁ ଦୁର୍ବଳ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe