ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

Advertisment

ବିହାର ଆଶ୍ର୍ରୟସ୍ଥଳ ଦୁଷ୍କର୍ମ ମାମଲା

ବିହାର ଆଶ୍ର୍ରୟସ୍ଥଳ ଦୁଷ୍କର୍ମ ମାମଲା

ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ପାଟନା: ବିହାରର ମୁଜାଫରପୁର ଆଶ୍ର୍ରୟସ୍ଥଳ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ସାମାଜିକ ଉନ୍ନୟନ ବିଭାଗର ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟ ପକ୍ଷରେ ଏହି ମାମଲାରେ ରାଜ୍ୟ ସମାଜ କଲ୍ୟାଣ ମନ୍ତ୍ରୀ ମଂଜୁ ବର୍ମାଙ୍କ ଇସ୍ତଫା ଦାବି କରିଛି ବିଜେପି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସିପି ଠାକୁର ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହେବାକୁ କହିଛନ୍ତି। ଏହା ଜେଡିୟୁର ଅଡ଼ୁଆ ବଢ଼ାଇ ଦେଇଥିଲେ ମଧ୍ୟ ମନ୍ତ୍ରୀ ଇସ୍ତଫା ଦେବେନାହିଁ ଏବଂ ସିବିଆଇ ରିପୋର୍ଟକୁ ଅପେକ୍ଷା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ମୁଜାଫରପୁର ଆଶ୍ରୟସ୍ଥଳରେ ମୋଟ ୪୨ ନାବାଳିକାଙ୍କ ମଧ୍ୟରୁ ୩୪ ଜଣଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଦୁଷ୍କର୍ମ ବ୍ୟତୀତ ଦେହରେ ଚେଂକ ମଧ୍ୟ ଦିଆଯାଇ ଅନେକ ଥର ମାଡ଼ ମରାଯାଇଛି। ସରକାରୀ ଅନୁଦାନରେ ଏହି ଆଶ୍ରୟସ୍ଥଳ ଚାଲୁଥିବା ବେଳେ ବ୍ରଜେଶ୍‌ ଠାକୁର ନାମକ ଜଣେ ବ୍ୟକ୍ତିର ସ୍ୱେଚ୍ଛାସେବୀ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe