କେଦାରନାଥ ଆସନ ଜିତିଲା ବିଜେପି

ଉତ୍ତରାଖଣ୍ଡର କେଦାରନାଥ ଆସନ ପାଇଁ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ଶାସକ ଭାରତୀୟ ଜନତା ପାର୍ଟିର ଆଶା ନୌତିଆଲ ୫୬୨୨ ଭୋଟରେ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ମନୋଜ ରାଓ୍ବତଙ୍କ ପରାସ୍ତ କରିଛନ୍ତି ।

bjp

ଡେରାଡୁନ୍: ଉତ୍ତରାଖଣ୍ଡର କେଦାରନାଥ ଆସନ ପାଇଁ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ଶାସକ ଭାରତୀୟ ଜନତା ପାର୍ଟିର ଆଶା ନୌତିଆଲ ୫୬୨୨ ଭୋଟରେ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ମନୋଜ ରାଓ୍ବତଙ୍କ ପରାସ୍ତ କରିଛନ୍ତି ।

ବିଜେପି ବିଧାୟକ ଶୀଲା ରାଣୀ ରାୱତଙ୍କ ଅକାଳ ବିୟୋଗ ଯୋଗୁଁ କେଦାରନାଥ ବିଧାନସଭାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତ ଜୁଲାଇ ମାସରେ ବଦ୍ରିନାଥ ବିଧାନସଭା ଉପନିର୍ବାଚନରେ ଶାସକ ବିଜେପି ପରାଜୟର ସମ୍ମୁଖୀନ ହୋଇଥିବା ବେଳେ କଂଗ୍ରେସ ଏହାକୁ ଦେଶର ପରିବର୍ତ୍ତିତ ରାଜନୀତିର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲା। ତେବେ ୪ ମାସ ପରେ ଅନୁଷ୍ଠିତ କେଦାରନାଥ ଉପନିର୍ବାଚନରେ ସ୍ଥିତି ବଦଳିଯାଇଥିଲା ଏବଂ ଦଳ ନିଜ ଆସନ ବଜାୟ ରଖିବାରେ ସଫଳ ହୋଇଛି ।

କେଦାରନାଥ ଆସନ ଜିତିବା ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା। କାରଣ ଉଭୟ ବଦ୍ରିନାଥ ଓ କେଦାରନାଥ ହେଉଛନ୍ତି ଦେଶର କୋଟି କୋଟି ହିନ୍ଦୁଙ୍କ ପାଇଁ ଆସ୍ଥାର କେନ୍ଦ୍ରବିନ୍ଦୁ । ବଦ୍ରିନାଥ ଆସନ ହରାଇବା ପରେ ବିଜେପି ପାଇଁ କେଦାରନାଥ ଜିତିବା ସମ୍ମାନର ପ୍ରଶ୍ନ ହୋଇଯାଇଥିଲା । ଏଥିପାଇଁ ବିଜେପି ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe