ଆମର ୫୦ ଦରକାର, ୪ ଜଣଙ୍କୁ ନେଇ କଣ କରିବୁ: ବିଜେପି

Advertisment
ଆମର ୫୦ ଦରକାର, ୪ ଜଣଙ୍କୁ ନେଇ କଣ କରିବୁ: ବିଜେପି

ହାଇଦ୍ରାବାଦ: ଚାରିଜଣ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ବିଧାୟକଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ତେଲେଙ୍ଗାନା ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା । ଏହାକୁ ନେଇ ତେଲେଙ୍ଗାନା ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ତେଲେଙ୍ଗାନାର ଶାସକ ଦଳର ବିଧାୟକମାନଙ୍କୁ କିଣିବା ଲାଗି ଉଦ୍ୟମ କରାଯାଇଥିଲା । ଏନେଇ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ର ୪ଜଣ ବିଧାୟକ ପୁଲିସକୁ ସୂଚନା ଦେଇଥିଲେ। ବିଧାୟକଙ୍କୁ କିଣିବା ପାଇଁ ଏହି ତିନିଜଣ ମୁଖ୍ୟ ସୂତ୍ରଧରକଙ୍କୁ ୧୦୦ କୋଟି ଟଙ୍କା ଏବଂ ପ୍ରତ୍ୟେକ ବିଧାୟକମାନଙ୍କୁ ୫୦ କୋଟି ଲେଖାଏଁ ଟଙ୍କା ଯାଚିଥିଲେ ବୋଲି ପୁଲିସ କହିଥିଲା । ଆଉ ଏହା ପଛରେ ବିଜେପିର ହାତ ଥିବା ନେଇ ଟିଆରଏସ ନେତାମାନେ ଅଭିଯୋଗ କରିଥିଲେ | ତେବେ ଆଜି ବିଜେପି କହିଛି ଯେ ଏହି ଘଟଣାରେ ଦଳର କୌଣସି ସମ୍ପର୍କ ନାହିଁ। ତେଲେଙ୍ଗାନା ବିଜେପି ସଭାପତି ବନ୍ଦୀ ସଞ୍ଜୟ କୁମାର ଗୁରୁବାର କହିଛନ୍ତି ଯେ ଏସବୁ ଏକ କାହାଣୀ। ସେ କହିଛନ୍ତି, "ଏହା ସବୁ ଡ୍ରାମା ଏବଂ ପୁରା ସ୍କ୍ରିପ୍ଟ ପ୍ରଗତି ଭବନ (ମୁଖ୍ୟମନ୍ତ୍ରୀଙ୍କ ବାସଭବନ) ରୁ ଲେଖାଯାଇଛି। ଆମେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଦାବି କରୁଛୁ। ଆମକୁ କୌଣସି ବିଧାୟକ କିଣିବା ଆବଶ୍ୟକ ନାହିଁ।"

ସେହିପରି ବିଜେପି ନେତା ପି ବିଷ୍ଣୁବର୍ଦ୍ଧନ ରେଡ୍ଡୀ ପ୍ରଶ୍ନ କରିଛନ୍ତି ଯେ ଚାରିଜଣ ବିଧାୟକଙ୍କୁ ନେଇ କିଭଳି ସରକାର ଭାଙ୍ଗିହେବ | ଏହି ଅଭିଯୋଗଗୁଡ଼ିକରେ କୌଣସି ସତ୍ୟତା ନାହିଁ। ତେଲେଙ୍ଗାନାରେ ଆମର କେବଳ ତିନିଜଣ ବିଧାୟକ ଅଛନ୍ତି। ସରକାରକୁ ହଟାଇବା ପାଇଁ ଶାସକ ଦଳର ୧୦୦ ବିଧାୟକଙ୍କ ମଧ୍ୟରୁ ଅତିକମରେ ଅଧା ଆବଶ୍ୟକ। ଏହି ଚାରିଜଣ ବିଧାୟକଙ୍କୁ ନେଇ ଆମେ କ’ଣ କରିବୁ? ”ଏହି ମାମଲାରେ ଏସଆଇଟି ଯାଞ୍ଚ ପାଇଁ ବିଜେପି ହାଇକୋର୍ଟରେ ଆବେଦନ କରିଛି। ଅନ୍ୟପଟେ ରାଜ୍ୟ ଶ୍ରମ ଓ ରୋଜଗାର ମନ୍ତ୍ରୀ ସି ମଲା ରେଡ୍ଡୀ କହିଛନ୍ତି: “ଟିଆରଏସରେ କେହି ଏକନାଥ ସିନ୍ଦେ ନାହାଁନ୍ତି। ଆମର ବିଧାୟକ କିଣିବା ପାଇଁ ବିଜେପିର ଉଦ୍ୟମ ବିଫଳ ହୋଇଛି କାରଣ ଆମେ ବିକ୍ରି ହେବାକୁ ଯାଉନାହୁଁ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe