ପଞ୍ଜାବ: ଗୋଟିଏ ପର୍ଯ୍ୟାୟ ମତଦାନ ତାରିଖ ବଦଳାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ କଂଗ୍ରେସ ଓ ବିଜେପି

Advertisment
ପଞ୍ଜାବ: ଗୋଟିଏ ପର୍ଯ୍ୟାୟ ମତଦାନ ତାରିଖ ବଦଳାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ କଂଗ୍ରେସ ଓ ବିଜେପି

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ପରେ ବିଜେପି ବି ନିର୍ବାଚନ ଆୟୋଗଙ୍କ ପାଖରେ ସମାନ ଦାବି ଉଠାଇଛି । ଉଭୟ ବିଜେପି ଓ କଂଗ୍ରେସ ଗୁରୁ ରବିଦାସ ଜୟନ୍ତୀକୁ ନଜରରେ ରଖି ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି ଉଠାଇଛନ୍ତି ।

ବିଜେପିର ରାଜ୍ୟ ମହାସଚିବ ସୁବାସ ଶର୍ମା ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି କହିଛନ୍ତି କି ପଞ୍ଜାବରେ ଫେବ୍ରୁଅ‌ାରି ୧୪ ତାରିଖରୁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୬ ତାରିଖରେ ଗୁରୁ ରବିଦାସ ଜୟନ୍ତୀ ପଡୁଥିବାରୁ ଏହା ନିର୍ବାଚନ ଉପରେ ପ୍ରଭାବ ପକାଇବ । କାରଣ ରାଜ୍ୟରେ ୩୨ ପ୍ରତିଶତ ଅନୁସୂଚିତ ଜାତିର ଲୋକ ଏହି ଜୟନ୍ତୀରେ ସାମିଲ ହୋଇଥାନ୍ତି । ଏହାସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗୁରୁ ରବିଦାସଙ୍କ ଜନ୍ମସ୍ଥଳୀ ବାରଣାସୀ ଯାଉଥିବାରୁ ଏହିଦିନ ସେମାନେ ଭୋଟ ଦେଇ ପାରିବେ ନାହିଁ । ଏହି କାରଣରୁ ନିର୍ବାଚନ ଆୟୋଗ ଏହିଦିନ ଭୋଟଗ୍ରହଣକୁ ସ୍ଥଗିତ ରଖିବାକୁ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି ।

କେବଳ ବିଜେପି ନୁୂହେଁ ସମାନ ପ୍ରସଙ୍ଗରେ ସମାନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି । ଚନ୍ନି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି କହିଛନ୍ତି କି ଗୁରୁ ରବିଦାସ ଜୟନ୍ତୀରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତାଙ୍କ ଜନ୍ମସ୍ଥାନ ବାରଣାସୀ ଯିବାକୁ ଥିବାରୁ ସେମାନେ ଭୋଟ ଦେବାରୁ ବଞ୍ଚିତ ହେବେ । ଏହି କାରଣରୁ ସେହିଦିନ ଭୋଟ ଗ୍ରହଣକୁ ସ୍ଥଗିତ ରଖିବାକୁ ସେ ନିର୍ବାଚନ ଆୟୋଗଙ୍କ ଠାରେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe