ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବେଲ୍ ଗାଡ଼ି’ ଟିପ୍ପଣୀକୁ ନେଇ ଆଜି କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ବିଜେପି ହେଉଛି ‘ଜେଲ୍ ଗାଡ଼ି’ କାରଣ ବିଜେପିର ଅତିକମ୍ରେ ଦୁଇଜଣ ଅଧ୍ୟକ୍ଷ (ପୂର୍ବତନ ଓ ବର୍ତ୍ତମାନର) କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ୍ ଯାଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ନେତା ସକିଲ ଅହମ୍ମଦ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ମୋଦୀ ସରକାରଙ୍କୁ ‘ଲିଞ୍ଚ୍ ପୂଜାରୀ’ (ହିଂସାର ପୂଜାରୀ) ଅଭିହିତ କରି ସମାଲୋଚନା କରିଛନ୍ତି।
ବିଜେପି ‘ଜେଲ୍ ଗାଡ଼ି’ କଂଗ୍ରେସ
Advertisment
Follow Us