ନିର୍ବାଚନ ପ୍ରଚାର କରୁ କରୁ ମଞ୍ଚ ଉପରେ ଟଳି ପଡ଼ିଲେ ବିଜେପି ନେତା

ନିର୍ବାଚନ ପ୍ରଚାର କରୁ କରୁ ମଞ୍ଚ ଉପରେ ଟଳି ପଡ଼ିଲେ ବିଜେପି ନେତା

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର କରୁ କରୁ ମଞ୍ଚ ଉପରୁ ଜଣେ ବିଜେପି ନେତା ଟଳି ପଡ଼ିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ବିଜେପି ପ୍ରାର୍ଥୀ ନିଜ ପାଇଁ ପ୍ରଚାର କରୁଥିବା ବେଳେ ଅଚେତ ହୋଇ ପଡ଼ିଯିବା ସହ ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଘଟଣାଟି ଘଟିଛି କୋଲ୍ଲାମ ଜିିଲ୍ଲାରେ। ନିଜ ସମର୍ଥକଙ୍କ ସହ ପ୍ରଚାର କରୁଥିବା ବେଳେ ଏଭଳି ଘଟଣାଟି ଘଟିଥିବା ସାମ୍ନାକୁ ଆସିିଛି। ମୃତକଙ୍କ ନାଁ ଏଲିପାରାମ୍ବାଥ ବିଶ୍ୱନାଥନ ବୋଲି ଜଣା ପଡ଼ିଥିବା ବେଳେ ସେ କୋଲାମ ଜିଲ୍ଲାର ପାନମାନା ପଞ୍ଚାୟତର ପାରାମ୍ପିମୁକ୍କୁ ୱାର୍ଡରୁ ପ୍ରାର୍ଥୀ ହୋଇଥିଲେ।

ସୂଚନା ମୁତାବକ, ବିଶ୍ୱନାଥନ ଅଚେତ ହେବା ପରେ ତାଙ୍କୁ ପ୍ରଥମେ କରୁଣାଗାପଲ୍ଲୀ ତାଲୁକ୍ ହସ୍ପିଟାଲ୍ ଏବଂ ପରେ ଆଲାପୁଜା ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ସେ ମୃତ୍ୟୁବରଣ କରିିଥିଲେ। ମୃତ୍ୟୁ ପରେ ମୃତକଙ୍କ ଶବକୁ କରୁଣାଗାପଲ୍ଲୀ ତାଲୁକ୍ ହସ୍ପିଟାଲ୍ ର ଶବଗୃହକୁ ପଠାଇ ଦିଆଯାଇଛି। ମୃତକଙ୍କ କରୋନା ରିପୋର୍ଟ ସାମ୍ନାକୁ ଆସିବା ପରେ ତାଙ୍କର ଶବ ସତ୍କର କରାଯିିବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe