ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ସମର୍ଥନ କରିବ କଂଗ୍ରେସର ଅହମ୍ମଦନଗର ଜିଲ୍ଲା କମିଟି

Advertisment
ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ସମର୍ଥନ କରିବ କଂଗ୍ରେସର ଅହମ୍ମଦନଗର ଜିଲ୍ଲା କମିଟି

photo-ndtv.com

ଅହମ୍ମଦନଗର: ମହାରାଷ୍ଟ୍ରରେ କଂଗ୍ରେସର ଅହମ୍ମଦନଗର ଜିଲ୍ଲା କମିଟି ଘୋଷଣା କରିଛି ଯେ ଏଠାରେ କଂଗ୍ରେସ,ବିଜେପିର ଲୋକସଭା ପ୍ରାର୍ଥୀ ସୁଜୟ ଭିକେ ପାଟିଲଙ୍କୁ ସମର୍ଥନ କରିବ। ସୁଜୟ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ରାଧାକୃଷ୍ଣ ଭିକେ ପାଟିଲଙ୍କ ପୁତ୍ର। ଏହାଫଳରେ ମହାରାଷ୍ଟ୍ରରେ କଂଗ୍ରେସରେ ଅସନ୍ତୋଷ ସାମ୍ନାକୁ ଆସିଛି। ଅହମ୍ମଦ ନଗର ଆସନରୁ କଂଗ୍ରେସ ନେତା ରାଧାକୃଷ୍ଣ ଭିକେ ପାଟିଲ୍‌ ପୁଅ ସୁଜୟଙ୍କୁ କଂଗ୍ରେସ ଟିକେଟ୍‌ ଦେବାକୁ ଲବି ଚଳାଇଥିଲେ। ମାତ୍ର କଂଗ୍ରେସ-ଏନସିପି ମେଣ୍ଟ ଏହି ଆସନରୁ ଏନସିପିର ସଂଗ୍ରାମ ଜଗତାପଙ୍କୁ ପ୍ରାର୍ଥୀ ଘୋଷଣା କରିଲା।

ଏଥିରେ କ୍ଷୁବ୍ଧ ହୋଇ ସୁଜୟ ଚଳିତ ମାସ ଆରମ୍ଭରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହାପରେ ଅହମ୍ମଦ ନଗର କଂଗ୍ରେସ ସାଧାରଣ ସଂପାଦକ ବାଲାସାହେବ ହାରଲ୍‌ କହିଛନ୍ତି ଯେ କଂଗ୍ରେସ ଦଳ ଏଠାରୁ ସୁଜୟ ଭିକେ ପାଟିଲଙ୍କୁ ସମର୍ଥନ କରିବ। ଅହମ୍ମଦନଗରରେ ଏନସିପି ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସେ ଦୃଢୋକ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe