ହିମାଚଳ ପ୍ରଦେଶ : ବିଧାୟକ କଂଗ୍ରେସର, କିନ୍ତୁ ବିଜେପି ଜିତିଲା ରାଜ୍ୟସଭା ଆସନ

ଜିତିଲେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ

ହିମାଚଳ ପ୍ରଦେଶ : ବିଧାୟକ କଂଗ୍ରେସର, କିନ୍ତୁ ବିଜେପି ଜିତିଲା ରାଜ୍ୟସଭା ଆସନ

ଶିମଳା: ହିମାଚଳ ବିଧାନସଭା ପରିସରରେ ମଙ୍ଗଳବାର ରାଜ୍ୟସଭା ଆସନ ପାଇଁ ହୋଇଥିବା ମତଦାନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଶାସକ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଉଭୟ ଦଳର ପ୍ରାର୍ଥୀଙ୍କୁ ୩୪-୩୪ ଖଣ୍ଡ ଭୋଟ୍ ମିଳିଥିଲା। ଏହାପରେ ସ୍ଲିପ୍ ଜରିଆରେ ନିଷ୍ପତ୍ତି ନିଆଯାଇଥିଲା ଯେଉଁଥିରେ ବିଜେପି ବିଜୟୀ ହୋଇଥିଲା।

ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଶାସକ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି। ଉଭୟ ଦଳର ପ୍ରାର୍ଥୀଙ୍କୁ ୩୪-୩୪ ଖଣ୍ଡ ଭୋଟ୍ ମିଳିଥିଲା। ଏହାପରେ ଲକି ଡ୍ର ଜରିଆରେ ନିଷ୍ପତ୍ତି ନିଆଯାଇଥିଲା ଯେଉଁଥିରେ ବିଜେପି ବିଜୟୀ ହୋଇଥିଲା। କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ଯୋଗୁଁ ବିଜେପି ବିଜୟର ନିକଟତର ହୋଇଥିଲା। ବିଧାନସଭାରେ ମୋଟ  ୬୮ ଆସନ ମଧ୍ୟରୁ କଂଗ୍ରେସର ୪୦ ବିଧାୟକ ଥିଲେ ବି କ୍ରସ ଭୋଟିଂ ଯୋଗୁଁ ବାଜି ମାରିନେଇଛି ବିଜେପି ।

ସେପଟେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକଖୁ ଅଭିଯୋଗକରିଛନ୍ତି ଯେ ବିଜେପି ପକ୍ଷରୁ ତାଙ୍କ ବିଧାୟକଙ୍କ ଅପହରଣ କରି ହରିୟାଣା ନିଆଯାଇଛି । ସେମାନଙ୍କୁ ହରିୟାଣାର ପଞ୍ଚକୁଲାରେ ଥିବା ଏକ ସରକାରୀ ସର୍କିଟ ହାଉସରେ ରଖାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe