ଉତ୍ତର ବଙ୍ଗରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳି ଚୋଟରେ ‘ବିଜେପି’ ପ୍ରାର୍ଥୀ ଆହତ

Advertisment
ବାରମ୍ବାର ଗୁଳିକାଣ୍ଡ ପରେ ଆମେରିକାର ଚେତା ପଶିଲା, ବନ୍ଧୁକ ନିୟନ୍ତ୍ରଣ ବିଲ୍ ସିନେଟରେ ଗୃହୀତ

Image Courtesy of Deccan Herald

କୋଲ୍‌କାତା: ରବିବାର ରାତିରେ ଉତ୍ତର ବଙ୍ଗ ଅନ୍ତର୍ଗତ ମାଲ୍‌ଦାରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ‘ବିଜେପି’ ପ୍ରାର୍ଥୀଙ୍କ ଉପରକୁ ଗୁଳି ଚଳାଇଛନ୍ତି।

ଚିକିତ୍ସା ନିମନ୍ତେ ଗୁଳି ଚୋଟରେ ଆହତ ମାଲ୍‌ଦା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ୪୬ ବର୍ଷିୟ ଗୋପାଳ ଚନ୍ଦ୍ର ଶାହାଙ୍କୁ ମାଲ୍‌ଦା ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା।

ସ୍ଥାନୀୟ ‘ବିଜେପି’ ନେତାମାନେ କହିଛନ୍ତି ଯେ, ରାତି ପ୍ରାୟ ୯ଟା ବେଳକୁ ଶାହା ଏକ ରୋଡ୍‌ ସୋ’ ଶେଷ କରି ଦଳୀୟ କାର୍ଯ୍ୟାଳୟରେ ଅଳ୍ପ କେତେଜଣ କର୍ମୀଙ୍କ ସହ ବସିଥିଲେ। ବାହାରେ ଅନେକ ବିଜେପି କର୍ମୀ ଓ ସମର୍ଥକ ତାଙ୍କୁ ଅପେକ୍ଷା କରିଥିଲେ।

publive-image Image Courtesy of India.com

ଘଟଣାସ୍ଥଳରେ ଉପସ୍ଥିତ ଥିବା ଶାହାଙ୍କ ନିର୍ବାଚନ ମଣ୍ଡଳୀର ଜଣେ ବୁଥ୍‌ସ୍ତରୀୟ ‘ବିଜେପି’ ନେତା ସତ୍ୟଜିତ୍‌ ହାଲ୍‌ଦର୍‌ କହନ୍ତି, ହଠାତ୍‌ ଆମେ ଗୁଳି ଫୁଟିବା ଶବ୍ଦ ଶୁଣିଲୁ। ଜନଗହଳି ମଧ୍ୟରୁ କେହି ଜଣେ ଚଳାଇଥିବା ଗୁଳି ଶାହାଙ୍କ ପିଠି ଓ ବେକରେ ବାଜିଥିଲା। ତୁରନ୍ତ ଆମେ ତାଙ୍କୁ ହସ୍ପିଟାଲ୍‌ ନେଇଗଲୁ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଗଲା।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମଧ୍ୟ ଡାକ୍ତରଖାନାକୁ ଆସିଥିଲେ।

ଗୁଳିକାଣ୍ଡ ଘଟଣା ପରେ ପରେ ବିଜେପି ଯୁବ ଶାଖାର ନେତା ଓ କର୍ମୀମାନେ ୩୪ ନମ୍ବର ରାଜପଥରେ ପୁରୁଣା ଟାୟାର୍‌ ଜାଳି ପ୍ରତିବାଦ ଆରମ୍ଭ କରିଥିଲେ।

ଆଜି ବିଜେପିର ଜାତୀୟ ସମ୍ପାଦକ ଅରବିନ୍ଦ ମେନୋନ୍‌, ରାଜ୍ୟ ୟୁନିଟ୍‌ର ସାଧାରଣ ସମ୍ପାଦକ ସାୟନ୍ତନ ବସୁ, ବଙ୍ଗର ଦଳୀୟ ୟୁନିଟ୍‌ର ସାଧାରଣ ସମ୍ପାଦକ ମାଲ୍‌ଦା ଯିବାର ସମ୍ଭାବନା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe