ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଦେଓରିଆ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବାପାଇଁ ଦୌଡ଼ିଦୌଡ଼ି ନାମାଙ୍କନ କେନ୍ଦ୍ରରେ ପହଞ୍ଚିବା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାର୍ଥିପତ୍ର ଦାଖଲ କରିବା ସମୟ ଅପରାହ୍ନ ୩ଟାରେ ଶେଷ ହେଉଥିବା ବେଳେ ବିଜେପି ପ୍ରାର୍ଥୀ ଶଶାଙ୍କ ମଣି ତ୍ରିପାଠୀଙ୍କ ପାଖରେ ମାତ୍ର ୧୫ ମିନିଟ୍ ସମୟ ଥିଲା। ଏଥିପାଇଁ ସେ ସମୟ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିବାପାଇଁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଦୌଡ଼ିଥିଲେ। ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଏକ ସଭା ରଖାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ସେଠାରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉଦ୍ବୋଧନ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମ ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ଆରମ୍ଭ ହୋଇଥିବାରୁ ୫୪ ବର୍ଷୀୟ ରାଜନେତାଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବାପାଇଁ ମାତ୍ର ୧୫ ମିନିଟ୍ ସମୟ ଥିଲା। ତେଣୁ ସେ ବିଜେପିର ଜିଲ୍ଲା ସଭାପତି ଭୁପେନ୍ଦ୍ର ସିଂହଙ୍କ ସହ ଦୌଡ଼ିଦୌଡ଼ି ଯାଇ ନାମାଙ୍କନ କେନ୍ଦ୍ରରେ ପହଞ୍ଚିଥିଲେ। ଅନ୍ୟ ନେତାମାନେ ମଧ୍ୟ ତାଙ୍କ ସହ ଦୌଡ଼ିଥିଲେ।
ପ୍ରାର୍ଥିପତ୍ର ଦାଖଲ ପାଇଁ ଦୌଡ଼ିଲେ ବିଜେପି ପ୍ରାର୍ଥୀ
Advertisment
Follow Us