Image Courtesy of India Today
ନୂଆଦିଲ୍ଲୀ: ଆଜି ସକାଳେ ‘ଭାରତୀୟ ଜନତା ପାର୍ଟି’ର ମୁଖ୍ୟ ଜଗତ୍ପ୍ରକାଶ ନଡ୍ଡାଙ୍କ ଟୁଇଟର୍ ଆକାଉଣ୍ଟ୍ ହ୍ୟାକ୍ କରି ରୁଷ୍ ଓ ୟୁକ୍ରେନ୍କୁ ସାହାଯ୍ୟ କରିବା ଲାଗି ‘କ୍ରିପ୍ଟୋକରେନ୍ସି’ ଦାନ କରିବାକୁ ହ୍ୟାକର୍ମାନେ କେତେଗୁଡ଼ିଏ ଟୁଇଟ୍ ପୋଷ୍ଟ୍ କରିଥିଲେ।
ଏବେ ‘ଡିଲିଟ୍’ ହୋଇ ସାରିଥିବା ଉକ୍ତ ଟୁଇଟ୍ରେ ଅନୁରୋଧ କରାଯାଇଥିଲା କି, ୟୁକ୍ରେନ୍ ପାଇଁ ‘କ୍ରିପ୍ଟୋକରେନ୍ସି’ ଦାନ ଆବଶ୍ୟକ। ପୁଣି ଏକ ଟୁଇଟ୍ରେ ଲେଖାଯାଇଥିଲା, ଏହି ଆକାଉଣ୍ଟ୍ ହ୍ୟାକ୍ ହୋଇଥିଲା, ପ୍ରକୃତରେ ରୁଷ୍ ପାଇଁ ଦାନ ଆବଶ୍ୟକ। ରୁଷୀୟମାନେ ହିଁ ସହାୟତା ଲୋଡୁଛନ୍ତି।
Image Courtesy of India Todayସେଥିରୁ ଗୋଟିଏ ଟୁଇଟ୍ ପୋଷ୍ଟ୍ରେ ଉଲ୍ଲେଖ ଥିଲା: ରୁଷ୍ ଜନତାଙ୍କୁ ସାହାଯ୍ୟ କରନ୍ତୁ। ଏବେ ‘କ୍ରିପ୍ଟୋକରେନ୍ସି’ (ବିଟ୍କଏନ୍ ଓ ଇଥେରିୟମ୍) ଦାନ ଗ୍ରହଣ କରାଯାଉଛି।
ଏହି ଟୁଇଟ୍ ‘ବିଜେପି’ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସରକାରୀ ଟୁଇଟର୍ ହ୍ୟାଣ୍ଡଲ୍ରୁ ପୋଷ୍ଟ୍ କରାଯାଇଥିଲା। ଉକ୍ତ ଆକାଉଣ୍ଟ୍ ଏବେ ସ୍ବାଭାବିକ ଅବସ୍ଥାକୁ ଚାଲି ଆସିଥିଲେ ବି, ‘ବିଜେପି’ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟିକରଣ ଦେଇନାହିଁ।
‘ଇଲେକ୍ଟ୍ରୋନିକ୍ସ୍ ଏବଂ ଟେକ୍ନୋଲୋଜି’ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଗଣମାଧ୍ୟମକୁ କହିଛନ୍ତି ଯେ, ସରକାର ଏହି ‘ହ୍ୟାକ୍’ ସମ୍ପର୍କରେ ଅବଗତ ହୋଇଛନ୍ତି। ‘କମ୍ପ୍ୟୁଟର୍ ଇମର୍ଜେନ୍ସି ରେସ୍ପନ୍ସ୍ ଟିମ୍’ (ସିଇଆର୍ଟି) ଏ ସଂକ୍ରାନ୍ତରେ ତଦନ୍ତ କରୁଛି।
Follow Us