୫ ବର୍ଷରେ ବଢ଼ିଗଲା ୭ ବର୍ଷ ବୟସ: ବିଜେପିର ସୋରେନଙ୍କ ବିରୋଧରେ ଅଭିଯୋଗ

Advertisment

ଗତ ନିର୍ବାଚନରେ ହେମନ୍ତ ସୋରେନ୍‌ ଦାଖଲ କରିଥିବା କାଗଜପତ୍ର‌ ଓ ଏଥରର କାଗଜପତ୍ରକୁ ମ୍ୟାଚ୍‌ କରାଇଲେ ତାଙ୍କ ତଥ୍ୟର କିଛି ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇଛି। 

ଗତ ନିର୍ବାଚନରେ ହେମନ୍ତ ସୋରେନ୍‌ ଦାଖଲ କରିଥିବା କାଗଜପତ୍ର‌ ଓ ଏଥରର କାଗଜପତ୍ରକୁ ମ୍ୟାଚ୍‌ କରାଇଲେ ତାଙ୍କ ତଥ୍ୟର କିଛି ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇଛି। 

www.indiatoday.in

ଝାରଖଣ୍ଡ: ନିଜ ବୟସକୁ ନେଇ ଅଡୁଆରେ ଫସି ଯାଇଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ଗତ ନିର୍ବାଚନରେ ସେ ଦାଖଲ କରିଥିବା କାଗଜପତ୍ର‌ ଓ ଏଥରର କାଗଜପତ୍ରକୁ ମ୍ୟାଚ୍‌ କରାଇଲେ ତାଙ୍କ ତଥ୍ୟର କିଛି ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇଛି। 

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ ।  ଅର୍ଥାତ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି । 

ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି । ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ।

ଅଭିଯୋଗ ଆଣି ବିଜେପି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟଙ୍କ ପ୍ରାର୍ଥୀପତ୍ର ବାତିଲ କରିବାକୁ ଦାବି କରୁଥିବା ବେଳେ କଂଗ୍ରେସ କହିଛି ଯେ ଏପରି କରି ବିଜେପି ଲୋକଙ୍କ ଧ୍ୟାନ୍‌ ଭ୍ରଷ୍ଟ କରିବାକୁ ଚାହୁଁଛି।  ଅକ୍ଟୋବର ୩୦ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ନାମାଙ୍କନ ପତ୍ର ପରେ ଏହି ବିବାଦ ମୁଣ୍ଡ ଟେକିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe