photo_india today
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ୭ଟି ଯାକ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଗତକାଲି ଦିଲ୍ଲୀ ପିସିସି ସଭାପତି ଶିଲା ଦୀକ୍ଷିତ କହିଥିଲେ ଯେ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା ହେବ । ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିର୍ମିତ ନିୟନ୍ତ୍ରଣ କକ୍ଷ ଉଦଘାଟନ ଅବସରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଶିଲା ଦୀକ୍ଷିତ ଏହି ସୂଚନା ଦେଇଥିଲେ ।
ଚାନ୍ଦିନୀ ଚୌକ ଆସନରୁ ଲଢ଼ିବା ନେଇ ଶିଲା ଦୀକ୍ଷିତ କହିଥିଲେ ଯେ ପାର୍ଟି ଏ ବାବଦରେ ଯାହା ନିଷ୍ପତ୍ତି ନେବ , ତାକୁ ସେ ମାନିବେ।ଦଳ ପକ୍ଷରୁ ଅନ୍ୟ କେଉଁମାନଙ୍କୁ ପ୍ରାର୍ଥୀ କରାଯାଉଛି ବୋଲି ପ୍ରଶ୍ନ କରାଯିବାରେ ଶିଲା ଦୀକ୍ଷିତ ଏହାକୁ ଏଡ଼ାଇ ଦେଇଥିଲେ। ଅପରପକ୍ଷରେ ଆଜି ବା କାଲି ବିଜେପି ବି ଦିଲ୍ଲୀ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବୋଲି ବି ସୂଚନା ମିଳିଛି।
Follow Us