ବି‌ଜେପିର କୋର୍‌ କମିଟି ବୈଠକ

Advertisment
ବି‌ଜେପିର କୋର୍‌ କମିଟି ବୈଠକ

Hindustan Times

ମୁମ୍ବାଇ: ମହାରାଷ୍ଟ୍ରର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ସରକାରୀ ବାସଭବନ ସାଗର ବଙ୍ଗଳାରେ ଆଜି ବିଜେପି କୋର୍‌ କମିଟି ବୈଠକ ହୋଇଛି। ଉକ୍ତ ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନଥିବା ବିଜେପି ପକ୍ଷରୁ କୁହାଯାଇଛି। ଶିବସେନାର ଏକନାଥ ସିନ୍ଦେ ସରକାର ଗଠନ ନେଇ କୌଣସି ପ୍ରସ୍ତାବ ଦେଇନାହାନ୍ତି। ଯେତେବେଳେ ଏନେଇ ପ୍ରସ୍ତାବ ଆ‌ସିବ ସେତେ‌ବେଳେ ଆମେ ବିଚାର କରିବୁ ବୋଲି ବିଜେପି କହିଛି। ତେବେ ବୈଠକ ପ‌ରେ ଜଣେ ବିଜେପି ନେତା କହିଛନ୍ତି, ଯଦି ଦୁଇ ତୃତୀୟାଂଶ ବିଧାୟକ ସିନ୍ଦେଙ୍କ ସହ ଅଛନ୍ତି ତେବେ ସେମାନଙ୍କୁ କିଭଳି ଭାବେ ବିଦ୍ରୋହୀ କୁହାଯିବ। ଅନ୍ୟପକ୍ଷେ ଆଜି ମାତୋଶ୍ରୀରେ ଏନ୍‌ସିପି ନେତାଙ୍କ ବୈଠକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe