ବିଜୟ ରୂପାନୀଙ୍କ ନେତୃତ୍ବରେ ଗୁଜରାଟରେ ବିଜେପି ଜିତିପାରି ନ ଥାନ୍ତା: ଆର୍‌ଏସ୍‌ଏସ୍‌ ସ‌ର୍ଭେ

Advertisment
ବିଜୟ ରୂପାନୀଙ୍କ ନେତୃତ୍ବରେ ଗୁଜରାଟରେ ବିଜେପି ଜିତିପାରି ନ ଥାନ୍ତା: ଆର୍‌ଏସ୍‌ଏସ୍‌ ସ‌ର୍ଭେ

Times of India

ନୂଆଦିଲ୍ଲୀ: ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାନୀ ଇସ୍ତଫା ଦେବା ପରେ ଆଜି ଭୂପେନ୍ଦ୍ର ପଟେଲଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି।
ପାଞ୍ଚବର୍ଷର ଶାସନ ପରେ ବିଜୟ ରୂପାନୀ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆସନ୍ତା ଡିସେମ୍ବର ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ତା’ର ୧୫ ମାସ ପୂର୍ବରୁ ରୂପାନୀଙ୍କ ଆକସ୍ମିକ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ତେବେ ମିଳିଥିବା ସୂଚନା ଅନୁସାରେ ଆର୍‌ଏସ୍‌ଏସ୍ ପକ୍ଷରୁ ରାଜ୍ୟରେ ଏକ ସର୍ଭେ କରାଯାଇଥିଲା, ଯେଉଁଥିରୁ ଜଣାପଡ଼ିଲା ଯେ ରୂପାନୀଙ୍କ ନେତୃତ୍ବରେ ବିଜେପି ଗୁଜରାଟରେ ଆସନ୍ତା ନିର୍ବାଚନ ଜିତିପାରିବନି।

ଆମ୍‌ ଆଦ୍‌ମୀ ପାର୍ଟିର ଜନସମ୍ବେଦନା ଯାତ୍ରା ଅବସରରେ ସେମାନେ ବିଭିନ୍ନ ସ୍ଥାନକୁ ଯାଇ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ପରିଚାଳନାରେ ବିଫଳତା ବିଷୟରେ ଲୋକଙ୍କୁ ମତାଇଛନ୍ତି। ତେଣୁ ରୂପାନୀଙ୍କ ଉପରେ ଜନସାଧାରଣ ଖୁସି ନାହାନ୍ତି। ତାଙ୍କ ନେତୃତ୍ବରେ ୨୦୨୨ ନିର୍ବାଚନରେ ବିଜେପି ଜିତିବା କଷ୍ଟକର। ତା’ଛଡ଼ା ୨୭ ବର୍ଷ ଧରି ବିଜେପି ରାଜ୍ୟରେ ଶାସନ କରିଆସୁଥିବାରୁ ସରକାର ବିରୋଧୀ ଅସନ୍ତୋଷ ଧାରା ବଳବତ୍ତର ଅଛି। ଏବେ ପଟିଦାର ନେତା ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ କଂଗ୍ରେସ ଏ ପ୍ରକାର ପରିବର୍ତ୍ତନକୁ ସମାଲୋଚନା କରିଛି। କଂଗ୍ରେସ କହିଛି ଯେ ଯଦି ଦଳର ସଫଳତାକୁ ନେଇ ଏତେ ପ୍ରଚାର କରାଯାଉଛି, ତା’ହେଲେ କାହିଁକି ଏ ପରିବର୍ତ୍ତନ? ବିଜେପି ନିଜର ବିଫଳତାକୁ ଲୁଚାଇବା ପାଇଁ ରୂପାନୀଙ୍କୁ ବିଦା କରିଛି ବୋଲି କଂଗ୍ରେସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe