Image Courtesy of Zee News
କୋହିମା: ଆଗାମୀ ନାଗାଲାଣ୍ଡ୍ ଓ ମେଘାଳୟ ବିଧାନସଭା ନିମନ୍ତେ ଆଜି ‘ବିଜେପି’ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀ ତାଲିକା ଘୋଷଣା କରି ବରିଷ୍ଠ ‘ବିଜେପି’ ନେତାମାନେ କହିଛନ୍ତି, ନାଗାଲାଣ୍ଡ୍ରେ ଆମେ ୬୦ଟି ଆସନରୁ ୨୦ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବୁ। ବାକି ଆସନ ଆମର ମେଣ୍ଟ ଦଳ ‘ଏନ୍ଡିପିପି’କୁ ଦିଆଯାଇଛି। ସେହିପରି, ମେଘାଳୟରେ ଆମେ ୬୦ଟିଯାକ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବୁ। ଆମର ଟ୍ୟାଗ୍ଲାଇନ୍ ହେଉଛି ‘ଏମ୍ ପାୱାର୍ ମେଘାଳୟ’ ଅର୍ଥାତ୍ ସେଠାରେ ‘ମୋଦୀ-ପାୱାର୍ଡ୍ ମେଘାଳୟ’ ଏବଂ ‘ଡବଲ୍-ଇଞ୍ଜିନ୍ ସରକାର’ ଗଠନ କରାଯିବ।
Image Courtesy of ANIପ୍ରାପ୍ତ ରିପୋର୍ଟ ଅନୁସାରେ, ନାଗାଲାଣ୍ଡ୍ ପାଇଁ ‘ବିଜେପି’ ୨୦ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ରାଜ୍ୟ ‘ବିଜେପି’ ସଭାପତି ତେମଜେନ୍ ଇମ୍ନା ଆଲୋଙ୍ଗ୍ ଆଲୋଙ୍ଗତାକି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଉକ୍ତ ତାଲିକାରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ନାଗାଲାଣ୍ଡ୍ ଓ ମେଘାଳୟ ପାଇଁ ଫେବ୍ରୁଆରି ୨୭ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯିବ। ମାର୍ଚ ୨ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ। ନାଗାଲାଣ୍ଡ ଓ ମେଘାଳୟ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ ୧୨ ଓ ୧୫ରେ ଶେଷ ହେବ।
Follow Us