ମତଦାନ ସମୟରେ ଭବାନୀପୁରରେ ୧୪୪ଧାରା ଲାଗୁ କରିବା ପାଇଁ ଦାବି କଲା ବିଜେପି

Advertisment
ମତଦାନ ସମୟରେ ଭବାନୀପୁରରେ ୧୪୪ଧାରା ଲାଗୁ କରିବା ପାଇଁ ଦାବି କଲା ବିଜେପି

www.indiatoday.in

କୋଲକାତା: ନିର୍ବାଚନ ଘୁ‌ଞ୍ଚାଇବା ପାଇଁ ଦାବି କରିବ‌ା ପରେ ଏବେ ମତଦାନ ସମୟରେ ଭବାନୀପୁରରେ ୧୪୪ଧାରା ଲାଗୁ କରିବା ପାଇଁ ଦାବି କଲା ବିଜେପି। ଏକ ବିଜେପି ପ୍ରତିନିଧି ଦଳ କୋଲକାତାରେ ନିର୍ବାଚନ ଆୟୋଗର ଅଧିକାରୀମାନଙ୍କୁ ଭେଟି ଭବାନୀପୁର ନିର୍ବାଚନମଣ୍ଡଳୀରେ ସେପ୍ଟେମ୍ବର ୩୦ରେ ୧୪୪ଧାରାା ଲାଗୁ କରିବାକୁ ଆବେଦନ କରିଛନ୍ତି।

ବିଜେପି ପ୍ରତିନିଧି ଦଳରେ ସ୍ୱପନ ଦାସଗୁପ୍ତଙ୍କ ନେତୃତ୍ୱରେ ସିଶିର ବାଜୋରିଆ ଏବଂ ପ୍ରତାପ ବାନାର୍ଜୀ ମଧ୍ୟ ସାମିଲ ହୋଇଥିଲେ। ବିଜେପି ନେତା ଦିଲୀପ ଘୋଷ ଟିଏମସି ଉପରେ ଆକ୍ରମଣ କରିିଥିବା ନେଇ ଅଭିଯୋଗ କରିବାର କିଛି ସମୟରେ ବିଜେପି ପକ୍ଷରୁ ଏଭଳି ଦାବି କରାଯାଇଛି। ଏହା ସହ ମତଦାନ ସମୟରେ ମତଦାନ କେନ୍ଦ୍ରରେ କୋଲକାତା ପୁଲିସ ପରିବର୍ତ୍ତେ କେନ୍ଦ୍ରୀୟ ବାହିନୀକୁ ରଖିବା ପାଇଁ ଦାବି କରିଛି ବିିଜେପି।

publive-image www.indiatoday.in

କିଛି ସମୟ ତଳେ, ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ଅଭିଯୋଗ କରିଥିଲେ ଯେ, ପ୍ରଚାର ଅଭିଯାନରେ ମୋତେ ଏବଂ ଦଳର ଅନ୍ୟ କର୍ମୀଙ୍କୁ ଘେରି ଟିଏମସି କର୍ମୀ ବିଜେପି ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ମୁଁ ଏକ ଟିକାକରଣ କେନ୍ଦ୍ରରେ ପ୍ରବେଶ କଲି। ସେମାନେ ଭିିତରକୁ ଆସି ମୋତେ ଘେରିବା ସହ ମୋତେ ଆକ୍ରମଣ କଲେ। ମୋ ସହ ଥିବା କର୍ମୀଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଏହା ଦେଖି ମୋ ସୁରକ୍ଷାକର୍ମୀ ବନ୍ଧୁକ ବାହାର କରିଥିଲେ। ମୋ ଜୀବନ ବିପଦରେ ଥିଲା। ସେଥିପାଇଁ ସେମାନେ ଏଭଳି ପଦକ୍ଷେପ ନେଇଥିଲେ। ସୁରକ୍ଷା ବ୍ୟବସ୍ଥା ଉପରେ ନିର୍ବାଚନ କମିସନ ପର୍ଯ୍ୟାପ୍ତ ପଦକ୍ଷେପ ନେବା ଉଚିତ। କିନ୍ତୁ ଆମେ ତାହା ଦେଖିପାରୁ ନାହୁଁ। କେବଳ ମୋ ସହ ନୁୁହେଁ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ଯଦି ଆମେ ପ୍ରଚାର କରିପାରିବୁ ନାହିଁ, ତେବେ ଆମେ ଏହି ଉପନିର୍ବାଚନକୁ ବାତିଲ କରିବାକୁ ଦାବି କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe