କଙ୍ଗନାଙ୍କ ବିବାଦୀୟ ଟିପ୍ପଣୀରୁ ବିଜେପି ନିଜକୁ ଦୂରେଇ ନେଲା

Advertisment

Categories : ଦେଶ- ବିଦେଶ | Latest ମଣ୍ଡି ସାଂସଦ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ ପାଇଁ ବିଜେପି ଆଜି ତାଙ୍କୁ କଡ଼ା ଭର୍ତ୍ସନା କରିଛି। ବିଜେପି କହିଛି କଙ୍ଗନା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ତାଙ୍କର ନିଜସ୍ବ ମତ ।

Updated On

Categories : ଦେଶ- ବିଦେଶ | Latest ମଣ୍ଡି ସାଂସଦ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ ପାଇଁ ବିଜେପି ଆଜି ତାଙ୍କୁ କଡ଼ା ଭର୍ତ୍ସନା କରିଛି। ବିଜେପି କହିଛି କଙ୍ଗନା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ତାଙ୍କର ନିଜସ୍ବ ମତ ।

ଅଦ୍ୟତନ ହୋଇଛି
kangna

ନୂଆଦିଲ୍ଲୀ:  ମଣ୍ଡି ସାଂସଦ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ ପାଇଁ ବିଜେପି ଆଜି ତାଙ୍କୁ କଡ଼ା ଭର୍ତ୍ସନା କରିଛି। ବିଜେପି କହିଛି କଙ୍ଗନା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ତାଙ୍କର ନିଜସ୍ବ ମତ । ଏହା ଦଳୀୟ ମତ ନୁହେଁ।  କଙ୍ଗନାଙ୍କ ଟିପ୍ପଣୀରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବିଜେପି ଏକ ବିବୃତି ଜାରି କରି କହିଛି, ଦଳର ନୀତି ସଂକ୍ରାନ୍ତରେ କୌଣସି ଟିପ୍ପଣୀ ରଖିବାପାଇଁ କଙ୍ଗନାଙ୍କୁ ଅନୁମତି ମିଳିନାହିଁ କି ଦଳର ନୀତି ସଂକ୍ରାନ୍ତରେ ଟିପ୍ପଣୀ ରଖିବାପାଇଁ ସେ ଜଣେ ଅଧିକୃତ ବ୍ୟକ୍ତି ନୁହନ୍ତି।

ଭବିଷ୍ୟତ‌ରେ ସେ ଏଭଳି କୌଣସି ଟିପ୍ପଣୀ ନଦେବାପାଇଁ ଦଳ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି।  ଉଲ୍ଲେଖଯୋଗ୍ୟ ଯେ କଙ୍ଗନା ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ଯଦି ବିଜେପିର ଶୀର୍ଷ ନେତୃବୃନ୍ଦ ‌ସେତିକି ଦୃଢ଼ ହୋଇନଥାନ୍ତେ ତେବେ କୃଷି ଆଇନକୁ ବିରୋଧ କରି ଦେଶରେ ହୋଇଥିବା ଚାଷୀ ଆନ୍ଦୋଳନ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିଥାନ୍ତା।  କଙ୍ଗନା ମଧ୍ୟ କହିଥିଲେ ଯେ ଦେଶକୁ ନଷ୍ଟ କରିଦେବାପାଇଁ ଏହି ଷଡ଼ଯନ୍ତ୍ରରେ ଚୀନ୍‌, ଆମେରିକା ଏବଂ ଅନ୍ୟ ବିଦେଶ ଶକ୍ତିର ହାତ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe