ମଦ୍ୟପାନ କରି ବନ୍ଧୁକ ଧରି ନାଚିବା ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା, ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ କଲା ବିଜେପି

Advertisment

NDTV

ନୂଆଦିଲ୍ଲୀ: ବନ୍ଧୁକ ଧରି ଉନ୍ମତ୍ତ ହୋଇ ନାଚିବା ଘଟଣା ଉତ୍ତରାଖଣ୍ଡ ବିଜେପି ବିଧାୟକ କୁଅଁର ପ୍ରନଭ ସିଂହଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧ ପାଇଁ ଦଳୀୟ ଉଚ୍ଚ କର୍ତ୍ତୃପକ୍ଷ ଆଜି ତାଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କୃତ କରିଛନ୍ତି। ଉତ୍ତରାଖଣ୍ଡର ଖାନ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଦଳୀୟ ବିଧାୟକ କୁଅଁର ପ୍ରନଭ ସିଂହଙ୍କୁ ତାଙ୍କର ଏ ପ୍ରକାରର ଉଚ୍ଛଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କୃତ କରା ଯାଇଥିବା ଦଳ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡର ଖାନ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଦଳୀୟ ବିଧାୟକ କୁଅଁର ପ୍ରନଭ ସିଂହ ଗତ ସପ୍ତାହରେ ତାଙ୍କ ଘରେ ଏକ କଳା ଗେଞ୍ଜି ପରିଧାନ କରି ମଦ୍ୟପାନ କରି ମାତାଲ ଅବସ୍ଥାରେ ଦୁଇ ହାତରେ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ଧରି ଗୀତ ଗାଇ ନାଚୁୂଥିଲେ। ତେବେ, ବିଧାୟକଙ୍କର ଏପରି ଅବସ୍ଥାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ସୃଷ୍ଟି ହେବା ସହ ଦଳକୁ ସାଧାରଣରେ ନିନ୍ଦିତ ହେବାକୁ ପଡ଼ିଥିଲା।

ତେବେ, ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ଦଳୀୟ ସାଂସଦ, ବିଧାୟକ କିମ୍ବା କର୍ମୀଙ୍କର କୌଣସି ପ୍ରକାରର ଉଚ୍ଛଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ଚେତାବନୀ ଶୁଣାଇବା ପରେ ଆଜି ଦଳୀୟ ବିଧାୟକ କୁଅଁର ପ୍ରନଭ ସିଂହଙ୍କ ଉପରେ ଏପ୍ରକାରର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe