୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ

Advertisment
୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ

ନୂଆଦିଲ୍ଳୀ: ୨୦୧୯ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ଅମିତ ଶାହା। ୨୦୧୯ ଜାନୁଆରିରେ ତାଙ୍କର କାର୍ଯର୍୍ୟକାଳ ଶେଷ ହେଉଥିଲେ ହେଁ ତାଙ୍କୁ ପୂର୍ବବତ ଅଧ୍ୟକ୍ଷ ପଦରେ ରହି କାର୍ଯ୍ୟ କରିବା ଲାଗି ଦଳର ଜାତୀୟ କାର୍ଯ୍ୟକରିଣୀ ନିଷ୍ପତ୍ତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳର ସାଂଗଠନିକ ନିର୍ବାଚନ ଏବେ କରାଯିବା ସମ୍ଭବ ନୁହେଁ। ଏଣୁ ନିର୍ବାଚନ ଶେଷ ହେବା ପରେ ସାଂଗଠନିକ ନିର୍ବାଚନ ଲାଗି ନିଷ୍ପତ୍ତି ହୋଇଛି। ମୋଟାମୋଟି ଅମିତ ଶାହାଙ୍କର ସାଙ୍ଗଠନିକ ନେତୃତ୍ୱରେ ବିଜେପି ୨୦୧୯ ନିର୍ବାଚନ ଲଢ଼ିବା ଲାଗି ପ୍ରସ୍ତୁତ ହୋଇଛି।

୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପ୍ରସ୍ତୁତି ନେଇ ଆଲୋଚନା ଓ ରଣନୀତି ନିର୍ଦ୍ଧାରଣ ଲାଗି ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ଶନିବାର ସକାଳେ ଆରମ୍ଭ ହୋଇଛି। ପ୍ରଥମ ଅଧିବେଶନରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଦଳର ଜାତୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ୟର ଅଧ୍ୟକ୍ଷଙ୍କ ସହ ବୈଠକ ହେବ ବୋଲି ଜଣାପଡ଼ିଛି।

ଏଥିସହ ଚଳିତ ଜାତୀୟ କାର୍ଯ୍ୟକାରିଣୀରେ ତୈଳ ଦର ବୃଦ୍ଧି ଏବଂ ୟୁପିଏ ସରକାର ଅମଳର ଆର୍ଥିକ କୁପରିଚାଳନାର ପ୍ରଭାବ ନିର୍ବାଚନରେ ପଡ଼ିବ କି ନାହିଁ, ତାହା ମଧ୍ୟ ଆଲୋଚିତ ହେବ ବୋଲି ଜଣାପଡ଼ିଛି।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀରେ ଦୃଢ଼ତାର ସହ ମତ ରଖିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ। ପାଖାପାଖି ୧ବର୍ଷ ପରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବୈଠକର ଉଦ୍‌ଯାପନୀ ସମାରୋହରେ ନିଜର ଅଭିଭାଷଣ ରଖିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe