ଶାହଙ୍କ ‌ନେତୃତ୍ବରେ ୩ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢ଼ିବ ବିଜେପି

Advertisment
ବାଜପେୟୀ ରହୁଥିବା ସରକାରୀ ବାସଭବନକୁ ଆସିଲେ ଅମିତ ଶାହା

ନୂଆଦିଲ୍ଲୀ: ବିଜେପିର ନିୟମ ଅନୁଯ‌ାୟୀ ଜଣେ ବ୍ୟକ୍ତି କେବଳ ଗୋଟିଏ ପଦବିରେ ହିଁ ରହିପାରିବେ। କିନ୍ତୁ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅମିତ ଶାହଙ୍କୁ ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଥିଲେ ସୁଦ୍ଧା ତାଙ୍କୁ ବିଜେପି ଅଧ୍ୟକ୍ଷ ଦାୟିତ୍ବରୁ ମୁକ୍ତ କରିବା ପାଇଁ ବିଜେପି ପଛଘୁଞ୍ଚା ଦେଇଛି। ଶାହଙ୍କ ନେତୃତ୍ବରେ ବିଜେପି ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଧାର୍ଯ୍ୟ ହୋଇଛି। ଆଜି ଅମିତ ଶାହଙ୍କ ଦ୍ବାରା ଏକ ବୈଠକ ଡକା ଯାଇଥିଲା। ବୈଠକରେ ସମସ୍ତ ରାଜ୍ୟର ପ୍ରଭାରୀ, ସହ ପ୍ରଭାରୀ, ସାଧାରଣ ସଚିବ ଏବଂ ରାଜ୍ୟ ସଭାପତିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe