ହରିଆଣାରେ ବଦଳିଲା ଟ୍ରେଣ୍ଡ୍‌: କଂଗ୍ରେସକୁ ପଛରେ ପକାଇ ଆଗେଇ ଗଲା ବିଜେପି

Advertisment

ସକାଳୁ ହରିଆଣାରେ କଂଗ୍ରେସ ଆଗରେ ରହିଥିବା ବେଳେ ଏବେ ଟ୍ରେଣ୍ଡ୍‌ ପରିବର୍ତ୍ତନ ହୋଇଛି। କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। ସକାଳ ୯.୪୬ ସୁଦ୍ଧା ରାଜ୍ୟର ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୪୪ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ ୪୧ରେ ଆଗୁଆ ରହିଛି।

Updated On

ଅଦ୍ୟତନ ହୋଇଛି
hariyana

ନୂଆଦିଲ୍ଲୀ: ସକାଳୁ ହରିଆଣାରେ କଂଗ୍ରେସ ଆଗରେ ରହିଥିବା ବେଳେ ଏବେ ଟ୍ରେଣ୍ଡ୍‌ ପରିବର୍ତ୍ତନ ହୋଇଛି। କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। ସକାଳ ୯.୪୬ ସୁଦ୍ଧା ରାଜ୍ୟର ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୪୪ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ ୪୧ରେ ଆଗୁଆ ରହିଛି।

ସାତଟି ଏକଜିଟ୍ ପୋଲର ରିପୋର୍ଟରୁ ଜଣାପଡ଼ିଛି ‌ଯେ କଂଗ୍ରେସ ୫୫ଟି ଆସନ ଜିତିବ। ଗଣନା ଆରମ୍ଭ ହେବା ପୂର୍ବରୁ ମଧ୍ୟ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଉତ୍ସବ ଆରମ୍ଭ ହୋଇଥିବାବେଳେ ଦଳ ସମର୍ଥକମାନେ ଢୋଲ ବଜାଇ ନାଚୁଥିବାର ଦେଖିବାକୁ ମିଳିଛି। 

 ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

"ଆମେ ଗତ ୧୦ ବର୍ଷ ମଧ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଦ୍ବାର‌ା ସ୍ଥାପିତ ହୋଇଥିବା ବ୍ୟବସ୍ଥା ଦୀର୍ଘ ଦିନ ଧରି ହରିଆଣା ପାଇଁ ଲାଭ ଆଣିବ। ଏହି ଉତ୍ତମ କାର୍ଯ୍ୟକୁ ଆଗକୁ ନେବା ଆମର ଦାୟିତ୍ବ ଅଟେ।’’  ମାର୍ଚ୍ଚ ମାସରେଖଟ୍ଟରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ସାଇନି ଆଜି ସକାଳେ ଗଣମାଧ୍ୟମକୁ ଏପରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe