ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ୧୭୨ ପ୍ରାର୍ଥୀବିଶିଷ୍ଟ ତାଲିକା ଚୂଡ଼ାନ୍ତ କଲା ‘ବିଜେପି’; ଲଢ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ଉପମୁଖ୍ୟମନ୍ତ୍ରୀ

ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ: ରାହୁଲ, ପ୍ରିୟଙ୍କାଙ୍କ ଉପରେ ବର୍ଷି‌ଲେ ଯୋଗୀ

Image Courtesy of Money Control

ନୂଆଦିଲ୍ଲୀ: କ୍ରମାଗତ ବହୁ ପ୍ରଭାବଶାଳୀ ‌ମନ୍ତ୍ରୀ ଓ ବିଧାୟକ ଦଳ ଛାଡୁଥିବା ବେଳେ ଆଜି ‘ବିଜେପି’ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିମନ୍ତେ ୧୭୨ଜଣ ପ୍ରାର୍ଥୀଙ୍କ ନାମ ଥିବା ତାଲିକା ଚୂଡ଼ାନ୍ତ କରିଛି।

ପୂର୍ବରୁ ସୂଚନା ମିଳିଥିଲା କି, ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ଅଛି। ଦଳର ଅଭ୍ୟନ୍ତରୀଣସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ଲଢ଼ିବେ।

ଫେବ୍ରୁଆରି ୧୦ ତାରିଖ ଏବଂ ପରେ ପ‌ରେ ଆରମ୍ଭ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତାଲିକାଭୁକ୍ତ ‌ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଏବଂ ‌‘ବିଜେପି’ ରାଜ୍ୟ ୟୁନିଟ୍‌ ସଭାପତି ସ୍ବତନ୍ତ୍ର ଦେବ ସିଂହଙ୍କୁ ମଧ୍ୟ ପ୍ରାର୍ଥୀ କରାଯିବ ବୋଲି ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ମୌର୍ଯ୍ୟ ସିରାଥୁ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବା ବେଳେ ଦିନେଶ ଲକ୍ଷ୍ନୌର କୌଣସି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି।

publive-image Representative Image Courtesy of ANI

‘ବିଜେପି’ର କେନ୍ଦ୍ରୀୟ ନିର୍ବାଚନ କମିଟି ଉକ୍ତ ତାଲିକା ଚୂଡ଼ାନ୍ତ କରିଛି। ନିର୍ବାଚନ ପ୍ରସ୍ତୁତି ପାଇଁ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ୩୦୦ରୁ ଅଧିକ ବିଧାନସଭା ଆସନ ନିମନ୍ତେ ଦଳ ପ୍ରାର୍ଥୀ ଚୟନ କରିଛି।

‘ବିଜେପି’ ମୁଖ୍ୟାଳୟରେ ଗଣମାଧ୍ୟମକୁ ମୌର୍ଯ୍ୟ କହିଛନ୍ତି, ୧୭୨ ଆସନ ନିମନ୍ତେ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ କରିଛି ଏବଂ ୨୦୧୭ ନିର୍ବାଚନ ଠାରୁ ସେମାନେ ବିପୁଳ ସଂଖ୍ୟାରେ ବିଜୟୀ ହେବେ।

ସୂଚନାଯୋଗ୍ୟ, ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫେବ୍ରୁଆରି ୧୦ ତାରିଖରୁ ମାର୍ଚ ୭ ତାରିଖ ମଧ୍ୟରେ କରାଯିବ। ମାର୍ଚ ୧୦ ତାରିଖରେ ଭୋଟ୍‌ ଗଣନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe