The President of Bharatiya Janata Party (BJP), Rajnath Singh (L) embraces Gujarat's Chief Minister Narendra Modi after the swearing in ceremony at a stadium in the western Indian city of Ahmedabad December 25, 2007. Modi formally took power as chief minister of Gujarat on Tuesday, after a strong election victory that came as a shot in the arm for the BJP. REUTERS/Amit Dave (INDIA) - RTX4ZWO
ନୂଆଦିଲ୍ଲୀ: ବୁଧବାର ଭାଜପାର ସଂସଦୀୟ କାର୍ଯ୍ୟସମିତିର ଗଠନ କରାଯାଇଛି | ଏହା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଭାଜପା ନେତା ହେବେ | ସେହିପରି ରାଜନାଥ ସିଂଙ୍କୁ ଉପନେତା ଚୟନ କରାଯାଇଛି। ରାଜ୍ୟସଭାରେ ଥାବରଚାନ୍ଦ ଗେହଲଟଙ୍କୁ ସଂସଦୀୟ ଦଳ ନେତା ବା ଲିଡର ଅଫ ଦି ପାର୍ଟି ଭାବେ ଚୟନ କରାଯାଇଛି |
/sambad/media/post_attachments/wp-content/uploads/2019/06/BJP-Parliamentary-Party-Exe-279x300.jpg)
ରାଜ୍ୟସଭାରେ ପୀୟୂଷ ଗୋୟଲଙ୍କୁ ଉପନେତା ଭାବେ ଦାୟିତ୍ୱ ମିଳିଛି। ଥାବରଚାନ୍ଦ ଗେହଲଟ ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ଥାନରେ ପାର୍ଟିର ନେତା ହେବେ। ସରକାରଙ୍କ ମୁଖ୍ୟ ସଚେତକ ପ୍ରହ୍ଲାଦ ଯୋଶୀ ହେବେ। ସେହିପରି ଭାଜପାର କୋଷାଧ୍ୟକ୍ଷ ହେବେ ଗୋପାଳ ସେଟ୍ଟୀ।
ସେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସ ପ୍ରାଥୀ ତଥା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ହରାଇଦେଇଥିଲେ। ଏଠାରେ ସୂଚନା ଥାଉ କି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି କେବଳ ଏକାକୀ ୩୦୩ ଆସନ ଜିତିଛି।
Follow Us