National Herald
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଆଜି ୧୬ ଦିନରେ ପହଞ୍ଚିଛି। ସରକାରଙ୍କ ସହ ଚାଷୀ ନେତାମାନଙ୍କର ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନି। କୃଷକ ସଂଗଠନ ଗୋଟିଏ ପଟେ ଜିଦ୍ରେ ଅଟଳ ରହିଥିବାବେଳେ ଅନ୍ୟପକ୍ଷେ ବିଜେପି କୃଷି ଆଇନ ବିରୋଧରେ ଚାଲିଥିବା ‘ଅପପ୍ରଚାର’ ରୋକିବାପାଇଁ ବିଶାଳ ଯୋଜନା କରିଛି। ଆସନ୍ତା କିଛିଦିନ ମଧ୍ୟରେ ବିଜେପି ୭୦୦ ଜିଲ୍ଲାରେ ୧୦୦ ଟି ସାମ୍ବାଦିକ ସମ୍ମିଳନୀ ଏବଂ ୭୦୦ଟି କୃଷକ ବୈଠକ ରଖିଛି। ବିଜେପିର ଏହି ପ୍ରଚାର କାର୍ଯ୍ୟକ୍ରମରେ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ କୃଷକମାନଙ୍କୁ ନୂଆ କୃଷି ଆଇନ ସଂକ୍ରାନ୍ତରେ ବିସ୍ତୃତ ଭାବେ ବୁଝାଯିବ ଏବଂ ଲୋକଙ୍କ ଦ୍ବନ୍ଦ୍ବ ଦୂର କରିବାପାଇଁ ପ୍ରୟାସ କରାଯିବ।
Follow Us