ବିଜେପି ଦେଶର ସ୍ବାଧୀନତା ପାଇଁ କେବେ ମଧ୍ୟ କିଛି କରିନାହିଁ: କଂଗ୍ରେସର ବଡ଼ ଅଭିଯୋଗ

ବିଜେପି ଦେଶର ସ୍ବାଧୀନତା ପାଇଁ କେବେ ମଧ୍ୟ କିଛି କରିନାହିଁ: କଂଗ୍ରେସର ବଡ଼ ଅଭିଯୋଗ

ଗୁଆହାଟୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ବିଜେପି ସରକାର ଦେଶର ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେଥିମଧ୍ୟରୁ ଗୋଟିଏ ମଧ୍ୟ ପୂରଣ ହୋଇନାହିଁ।

ଲୋକସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରଚାର ଅଭିଯାନରେ ବ୍ୟସ୍ତ ଅଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଆସାମର ଗୁଆହାଟୀରେ ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତିରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ଅନୁଯାୟୀ ଏହା ଜଣାପଡୁଛି ଯେ ବିଜେପି ସରକାର ୨୦୧୪ ଗଠନ ପରେ ହିଁ ଦେଶ ସ୍ବାଧୀନ ହୋଇପାରିଛି, ଏହାପୂର୍ବରୁ ଦେଶ ସତେ ଯେପରି ସ୍ୱାଧୀନ ହୋଇପାରି ନ ଥିଲା।

ଖାର୍ଗେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଦେଶପ୍ରେମ ବିଷୟରେ କଥାବାର୍ତ୍ତା କରୁଛନ୍ତି। ସେ ଦର୍ଶାଇଛନ୍ତି ଯେ ଦେଶପ୍ରେମରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କଠାରୁ ଆଗରେ ଅଛନ୍ତି। ଦେଶର ସ୍ବାଧୀନତା ପାଇଁ କଂଗ୍ରେସ ଦଳ ନିଜର ରକ୍ତ ଦେଇଛି। କଂଗ୍ରେସର ଉଦ୍ୟମରେ ଦେଶ ବିଦେଶୀ ହାତରୁ ସ୍ବାଧୀନ ହୋଇପାରିଥିଲା। ଦେଶର ସ୍ୱାଧୀନତା ପାଇଁ ବିଜେପି କେବେ ମଧ୍ୟ କାମ କରିନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟତା ବିଷୟରେ ଅନେକ କଥା କହିଛନ୍ତି ଯେପରି ତାଙ୍କ ପୂର୍ବରୁ 'ନେହେରୁ', 'ଇନ୍ଦିରା' ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଭଳି ବଡ଼ ନେତା ଦେଶ ପାଇଁ କିଛି କରିନାହାନ୍ତି। କେବଳ ମୋଦୀ ହିଁ ଦେଶ ପାଇଁ ସବୁ କରିଛନ୍ତି ବୋଲି କହି ଖାର୍ଗେ ଖଟାକ୍ଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe