ଦେଶରେ ବେଆଇନ ଅନୁପ୍ରବେଶକାରୀଙ୍କୁ ଥଇଥାନ କରିଛି କଂଗ୍ରେସ : ବିଜେପି

ସାମ ପିତ୍ରୋଦାଙ୍କ ବୟାନକୁ ନେଇ ଭାରତୀୟ ଜନତା ପାର୍ଟି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ସାମ୍ ପିତ୍ରୋଦାଙ୍କ ଏହି ବୟାନ ଅପମାନଜନକ, ଆଶ୍ଚର୍ଯ୍ୟଜନକ ଏବଂ ଦାୟିତ୍ୱହୀନ ବୋଲି ବିଜେପି କହିଛି।

kk

ନୂଆଦିଲ୍ଲୀ : ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ସଭାପତି ସାମ୍ ପିଟ୍ରୋଦା ଭାରତରେ ବେଆଇନ ପ୍ରବାସୀଙ୍କୁ ଥଇଥାନ କରିବା ପାଇଁ ସମର୍ଥନ କରିଥିଲେ ଏବଂ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବାରୁ କେନ୍ଦ୍ରକୁ ସମାଲୋଚନା କରିଥିଲେ। ସାମ୍ ପିତ୍ରୋଦାଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଛି । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ସାମ୍ ପିତ୍ରୋଦାଙ୍କ ଏହି ବୟାନ ଅପମାନଜନକ, ଆଶ୍ଚର୍ଯ୍ୟଜନକ ଏବଂ ଦାୟିତ୍ୱହୀନ ବୋଲି ବିଜେପି କହିଛି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏକ୍ସରେ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରି ଲେଖିଛନ୍ତି, 'ଅସମ୍ମାନଜନକ! ଦେଶ ବିରୋଧରେ ଯାଇ ମଧ୍ୟ ବେଆଇନ ପ୍ରବାସୀଙ୍କୁ ଭାରତରେ ବସବାସ କରାଯିବା ଉଚିତ ବୋଲି ରାହୁଲ ଗାନ୍ଧିଙ୍କ ଡାହାଣ ହାତ ସାମ ପିତ୍ରୋଦା ଦେଇଥିବା ବୟାନ ଆଶ୍ଚର୍ଯ୍ୟଜନକ ଓ ଦାୟିତ୍ୱହୀନ। ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆମ ଦେଶରେ ବେଆଇନ ପ୍ରବାସୀଙ୍କୁ ଥଇଥାନ କରିବା ପାଇଁ କଂଗ୍ରେସ ଗତ ୭୦ ବର୍ଷ ଧରି କିପରି କଠିନ ପରିଶ୍ରମ କରିଆସିଛି।
ଗତକାଲି ପିତ୍ରୋଦା କହିଥିଲେ “ଯଦି ବାଂଲାଦେଶୀମାନେ ଭାରତକୁ ଆସିବାକୁ ଚାହୁଁଛନ୍ତି, ବେଆଇନ ହେଲେ ମଧ୍ୟ ସେମାନଙ୍କୁ ଆସିବାକୁ ଦିଆଯାଉ ଓ ଭାରତରେ ରହିବାକୁ ଦିଆଯାଉ । ଆମେ ସମସ୍ତଙ୍କୁ ଆଶ୍ରୟ ଦେବା ଉଚିତ । ଆମକୁ ଏଥିପାଇଁ କିଛିଟା ସମସ୍ୟା ହୋଇପାରେ, କିନ୍ତୁ ତାହା ଚଳିବ ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe