Hindustan Times
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ନେଇ ପ୍ରଚାର ଚାଲୁଥିବା ମଧ୍ୟରେ ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ବିଜେପିକୁ ପୁଣି ଟାର୍ଗେଟ କରିଥିବା ଦେଖାଯାଇଛି । ବିଜେପିର କିଛି ନେତା କହୁଥିବା କଥାକୁ ନେଇ ସେ ବିଜେପିକୁ ଚେତାଇ ଦେଇଛନ୍ତି । ବିଜେପିର କିଛି ନେତା ମୋଦୀ ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ମୋଦୀ କହୁଥିବା ଦେଖି ମାୟାବତୀ, କଂଗ୍ରେସ ଭଳି ଭୁଲ କର ନାହିଁ । ଜନତା ତୁମମାନଙ୍କୁ କ୍ଷମା କରିବେ ନାହିଁ ବୋଲି କହିଥିବା ଦେଖାଯାଇଛି ।
ଏକ ଟୁଇଟ୍ କରି, "ବିଜେପି ଏବଂ ଆର୍ଏସ୍ଏସ୍ର ନେତାମାନେ ମୋଦୀ ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ମୋଦୀ କହୁଛନ୍ତି । ଏଭଳି କହି ବିଜେପି କଂଗ୍ରେସ ଭଳି ଭୁଲ କରୁଛି । ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ କଂଗ୍ରେସ ଦଳ ଇନ୍ଦିରା ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ଇନ୍ଦିରା ବୋଲି କହି ଏଭଳି ଭୁଲ କରି ସାରିଛି । ଏହା ଅତି ଦୁଃଖଦ ଏବଂ ନିନ୍ଦନୀୟ । ସାଧାରଣ ଜନତା ଏମାନଙ୍କୁ କେବେ କ୍ଷମା କରିବେ ନାହିଁ" ବୋଲି ବଏସ୍ପି ସୁପ୍ରିମୋ ମାୟାବତୀ ଲେଖିଥିବା ଦେଖା ଯାଇଛି ।
Follow Us