BJP launches 'Saugat-e-Modi' scheme: Eid kits distributed to Muslims Photograph: (Sambad.in)
ନୂଆଦିଲ୍ଲୀ: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ। "ସୌଗାତ-ଏ-ମୋଦୀ" ନାମରେ ନାମିତ, ଏହି ଉପହାରଗୁଡ଼ିକ ମସଜିଦମାନଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟନ କରାଯିବ। ଏଥି ପାଇଁ ୩୨,୦୦୦ଦଳୀୟ କର୍ମୀଙ୍କୁ ନିୟୋଜିତ କରାଯାଇଛି।
ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଏହି ପ୍ରୟାସ ମୁମ୍ବାଇରୁ ଆରମ୍ଭ ହୋଇଛି। ନଭି ମୁମ୍ବାଇର ୨୦୦ ଆର୍ଥିକ ଦୁର୍ବଳ ପରିବାରଙ୍କୁ 'ସୌଗାତ-ଏ-ମୋଦୀ' କିଟ୍ ପ୍ରଦାନ କରାଯାଇଥିଲା।
ସେହିପରି ଦିଲ୍ଲୀରେ ସମାନ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ରାଷ୍ଟ୍ରୀୟ ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୌତମ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ହଜରତ ନିଜାମୁଦ୍ଦିନର ଗାଲିବ ଏକାଡେମୀରେ ଅନୁଷ୍ଠିତ ହୋଇଥିଲା।
ଅଧିକ ପଢ଼ନ୍ତୁ: ଚୀନ୍ ସବୁଠାରୁ ବଡ଼ ବିପଦ, ଭାରତର ଶତ୍ରୁ ଲସ୍କର-ଏ-ତୋଏବା ମଧ୍ୟ ଆମେରିକା ପାଇଁ ବିପଜ୍ଜନକ: ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ବଡ଼ ଖୁଲାସା
ସୂତ୍ର ଅନୁସାରେ, ଏହି ଅଭିଯାନକୁ ସମାଜର ବିଭିନ୍ନ ବର୍ଗରେ ବିଜେପିର ପହଞ୍ଚକୁ ବିସ୍ତାର କରିବା ସହିତ ଆର୍ଥିକ ଦୁର୍ବଳ ମୁସଲମାନ ପରିବାରଙ୍କୁ ସହାୟତା କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି।
ଏହି ପଦକ୍ଷେପକୁ ପ୍ରଶଂସା କରି ଅଲ୍ ଇଣ୍ଡିଆ ଇମାମ୍ ଆସୋସିଏସନ୍ର ମୌଲାନା ସାଜିଦ୍ ରସିଦ୍ କହିଛନ୍ତି ଯେ, ଏହା ବିଜେପି ପ୍ରତି ମୁସଲମାନମାନଙ୍କର ଧାରଣାକୁ ପରିବର୍ତ୍ତନ କରିବାରେ ଏବଂ ତୁଷ୍ଟୀକରଣର ରାଜନୀତିରୁ ଦୂରେଇ ରହିବାରେ ସାହାଯ୍ୟ କରିବ।
ଅଧିକ ପଢ଼ନ୍ତୁ: ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ପଥରମାଡ଼: ୩ ଯାତ୍ରୀ ଆହତ
Follow Us