ବିଜେପି ପକ୍ଷରୁ 'ସୌଗାତ-ଏ-ମୋଦୀ' ଯୋଜନା ଆରମ୍ଭ: ମୁସଲମାନଙ୍କୁ ଇଦ୍ କିଟ୍ ବଣ୍ଟନ

ମୁସଲମାନମାନଙ୍କ ସହ ଯୋଡି ହେବା ଅଭିଯାନ ଅନ୍ତର୍ଗତ ବିଜେପି ପକ୍ଷରୁ'ସୌଗାତ-ଏ-ମୋଦୀ' ଇଦ୍ ଉପହାର କିଟ୍ ଲଞ୍ଚ କରାଯାଇଛି। ମସଜିଦଗୁଡିକର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଏସବୁ ବଣ୍ଟନ କରାଯାଉଛି। ଏଥିରେ ୩୨,୦୦୦ଦଳୀୟ କର୍ମୀଙ୍କୁ ନିୟୋଜିତ କରାଯାଇଛି...

BJP launches 'Saugat-e-Modi' scheme: Eid kits distributed to Muslims

BJP launches 'Saugat-e-Modi' scheme: Eid kits distributed to Muslims Photograph: (Sambad.in)

ନୂଆଦିଲ୍ଲୀ: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା  ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ। "ସୌଗାତ-ଏ-ମୋଦୀ" ନାମରେ ନାମିତ, ଏହି ଉପହାରଗୁଡ଼ିକ ମସଜିଦମାନଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟନ କରାଯିବ। ଏଥି ପାଇଁ ୩୨,୦୦୦ଦଳୀୟ କର୍ମୀଙ୍କୁ ନିୟୋଜିତ କରାଯାଇଛି। 

ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଏହି ପ୍ରୟାସ ମୁମ୍ବାଇରୁ ଆରମ୍ଭ ହୋଇଛି। ନଭି ମୁମ୍ବାଇର ୨୦୦ ଆର୍ଥିକ ଦୁର୍ବଳ ପରିବାରଙ୍କୁ 'ସୌଗାତ-ଏ-ମୋଦୀ' କିଟ୍ ପ୍ରଦାନ କରାଯାଇଥିଲା।

ସେହିପରି ଦିଲ୍ଲୀରେ ସମାନ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ରାଷ୍ଟ୍ରୀୟ ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୌତମ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ହଜରତ ନିଜାମୁଦ୍ଦିନର ଗାଲିବ ଏକାଡେମୀରେ ଅନୁଷ୍ଠିତ ହୋଇଥିଲା।

'Saugat-e-Modi' Eid kit
'Saugat-e-Modi' Eid kit Photograph: (Sambad.in)

ସୂତ୍ର ଅନୁସାରେ, ଉପହାର ପ୍ୟାକଗୁଡ଼ିକରେ ଖାଦ୍ୟ ସାମଗ୍ରୀ, ପୋଷାକ, ସିମେଇ, ଖଜୁର, ଶୁଖିଲା ଫଳ ଏବଂ ଚିନି ରହିଛି। ଏଥିରେ ମହିଳାଙ୍କ ପାଇଁ ସାଲୱାର-ସୁଟ୍ କପଡ଼ା ଏବଂ ପୁରୁଷମାନଙ୍କ ପାଇଁ କୁର୍ତ୍ତା-ପାଇଜାମା କପଡ଼ା ଅଛି। ଏକ କିଟ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୫୦୦ରୁ ୬୦୦ ଟଙ୍କା ହେବ ବୋଲି ସୂତ୍ରରୁ ଜଣାପଡିଛି।

ସୂତ୍ର ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଏହିପରି ୧୦୦ଟି ଉପହାର ପ୍ୟାକ୍ ବଣ୍ଟନ କରାଯିବ। ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରତ୍ୟେକ ପଦାଧିକାରୀ ମସଜିଦ କମିଟି ସହାୟତାରେ ଏକ ମସଜିଦରୁ ୧୦୦ ଜଣ ଆର୍ଥିକ ଦୁର୍ବଳ ପରିବାରଙ୍କୁ ଚିହ୍ନଟ କରିବେ ଏବଂ ସେମାନଙ୍କୁ ଉପହାର ସ୍ୱରୂପ "ସୌଗାତ-ଏ-ମୋଦୀ" କିଟ୍ ପ୍ରଦାନ କରିବେ।

ଅଧିକ ପଢ଼ନ୍ତୁ: ଚୀନ୍ ସବୁଠାରୁ ବଡ଼ ବିପଦ, ଭାରତର ଶତ୍ରୁ ଲସ୍କର-ଏ-ତୋଏବା ମଧ୍ୟ ଆମେରିକା ପାଇଁ ବିପଜ୍ଜନକ: ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ବଡ଼ ଖୁଲାସା

ସୂତ୍ର ଅନୁସାରେ, ଏହି ଅଭିଯାନକୁ ସମାଜର ବିଭିନ୍ନ ବର୍ଗରେ ବିଜେପିର ପହଞ୍ଚକୁ ବିସ୍ତାର କରିବା ସହିତ ଆର୍ଥିକ ଦୁର୍ବଳ ମୁସଲମାନ ପରିବାରଙ୍କୁ ସହାୟତା କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି।

ଏହି ପଦକ୍ଷେପକୁ ପ୍ରଶଂସା କରି ଅଲ୍ ଇଣ୍ଡିଆ ଇମାମ୍ ଆସୋସିଏସନ୍‌ର ମୌଲାନା ସାଜିଦ୍ ରସିଦ୍ କହିଛନ୍ତି ଯେ, ଏହା ବିଜେପି ପ୍ରତି ମୁସଲମାନମାନଙ୍କର ଧାରଣାକୁ ପରିବର୍ତ୍ତନ କରିବାରେ ଏବଂ ତୁଷ୍ଟୀକରଣର ରାଜନୀତିରୁ ଦୂରେଇ ରହିବାରେ ସାହାଯ୍ୟ କରିବ। 

ଅଧିକ ପଢ଼ନ୍ତୁ: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ପଥରମାଡ଼: ୩ ଯାତ୍ରୀ ଆହତ

Saugat-e-Modi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe