ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ବେଳେ ରେଳଧାରଣାକୁ ଖସିପଡ଼ିଲେ ବିଧାୟିକା

Advertisment

ସୋମବାର ଆଗ୍ରା-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଘଟିଥିଲା ଅଘଟଣ। ଟ୍ରେନକୁ ସବୁଜ ପତାକା ଦେଖାଇବାକୁ ଉଦ୍ୟମ କରୁଥିବା ବେଳେ ରେଳଧାରଣାକୁ ଖସିପଡ଼ିଲେ ବିଜେପି ବିଧାୟିକା ।

ସୋମବାର ଆଗ୍ରା-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଘଟିଥିଲା ଅଘଟଣ। ଟ୍ରେନକୁ ସବୁଜ ପତାକା ଦେଖାଇବାକୁ ଉଦ୍ୟମ କରୁଥିବା ବେଳେ ରେଳଧାରଣାକୁ ଖସିପଡ଼ିଲେ ବିଜେପି ବିଧାୟିକା ।

bjp lawmaker

ଏଟାୱା: ସୋମବାର ଆଗ୍ରା-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଘଟିଥିଲା ଅଘଟଣ। ଟ୍ରେନକୁ ସବୁଜ ପତାକା ଦେଖାଇବାକୁ ଉଦ୍ୟମ କରୁଥିବା ବେଳେ ରେଳଧାରଣାକୁ ଖସିପଡ଼ିଥିଲେ ବିଜେପି ବିଧାୟିକା ସରିତା ଭଦୌରିୟା। ଏବେ ଏହି ଘଟଣା ଘଟିବା ସମୟର ଭିଡିଓ ଭାଇରାଲ ହେବା ପରେ ଖବରଟି ସାମ୍ନାକୁ ଆସିଛି।

ସୂଚନା ମୁତାବକ, ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରା-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ଏଥିପାଇଁ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଟ୍ରେନ୍ ପହଞ୍ଚିବା ପରେ ଜନଗହଳିପୂର୍ଣ୍ଣ ପ୍ଲାଟଫର୍ମରେ ସ୍ବାଗତ ପାଇଁ ପହଞ୍ଚିଥିଲେ ବିଧାୟିକ‌ା ସରିତା ଭଦୌରିୟା। ସବୁଜ ପତାକା ଧରି ସେ ଆଗକୁ ଆସୁଥିବା ବେଳେ ପଛପଟେ ଥିବା ଲୋକଙ୍କ ଭିଡ଼ ତାଙ୍କୁ ଧକ୍କା ଦେବାରୁ ସେ ରେଳଧାରଣାକୁ ପଡ଼ିଯାଇଥିଲା। ଏହା ପରେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକର୍ମୀ ଓ ଅନ୍ୟ ଲୋକମାନେ ତାଙ୍କୁ ଉପରକୁ ଉଠାଇଥିଲେ। ଏହି ଘଟଣା ପରେ କିଛି ପ୍ଲାଟଫର୍ମରେ ରହି ସେ ଘରକୁ ଫେରିଯାଇଥିଲେ। କୁହାଯାଉଛି ଯେ, ତାଙ୍କ ଦେହରେ ଗଭୀର ଆଘାତ ଲାଗିନାହିଁ। ସେ ସୁସ୍ଥ ଅଛନ୍ତି।

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/atishi-is-the-new-delhi-chief-minister-arvind-kejriwal-to-resign-later-today-7073296

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe