ବିଜେପି ନେତା ଅଜୟଙ୍କୁ ଗୁଳି କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁଇଜଣ ଯୁବକ

Advertisment
ବିଜେପି ନେତା ଅଜୟଙ୍କୁ ଗୁଳି କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁଇଜଣ ଯୁବକ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆଲମଗଞ୍ଜ ଥାନା ଅଧୀନରେ ଥିବା ବଜରଙ୍ଗପୁରୀରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ବିଜେପି ନେତାଙ୍କ ନାମ ଅଜୟ ଶାହ ବୟସ ୫୦ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି।

ଏହି ଗୁଳିକାଣ୍ଡ ସମ୍ପର୍କ‌ରେ ଖବର ପାଇବା ପରେ ପୁଲିସ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ମୃତ ବିଜେପି ନେତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବଚ୍ଛେଦ ସମୟରେ ଅଜୟଙ୍କ ଶରୀରରୁ ୭ଟି ଗୁଳି ବାହାରିଥିବା ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୁଳିକାଣ୍ଡ ହୋଇଥିବା ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଗତ ରାତିରେ ଅଜୟ ମିଲ୍କ ପାର୍ଲରରେ ବ୍ୟସ୍ତ ଥିଲେ। ଏହି ସମୟ‌ରେ ଦୁଇଜଣ ଅଜଣା ଯୁବକ ଏକ ବାଇକ୍‌ରେ ଆସି ହଠାତ ଅଜୟଙ୍କ ମିଲ୍କ ପାର୍ଲରରେ  ପହଞ୍ଚିଥିଲେ। ସେଠାରେ ଦୁଇଜଣ ଯୁବକ ଅଜୟଙ୍କୁ କିଛି ସାମଗ୍ରୀ ମାଗିଥିଲେ। ଏହି ସମୟରେ କୌଣସି କାରଣରୁ ଦୁଇଯୁବକଙ୍କ ସହିତ ଅଜୟଙ୍କ ଝଗଡ଼ା ହୋଇଥିଲା। ଏହି ଝଗଡ଼ାକୁ କେନ୍ଦ୍ର କରି କେହି କିଛି ବୁଝିବା ପୂର୍ବରୁ ଦୁଇଜଣ  ଯୁବକ ଅଜୟଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳିକାଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ମିଲ୍କ ପାର୍ଲରରେ ଜମା ହୋଇଯାଇଥିଲେ। ସଙ୍ଗେସଙ୍ଗେ ପୁଲିସକୁ ଏହି ଘଟଣା ସମ୍ପର୍କରେ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଅଜୟଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe