‘ଏବେବି ଶିବସେନା ସହ ମେଣ୍ଟ କରି ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତ; ହେଲେ...’ ଜାଣନ୍ତୁ କ’ଣ କହିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା

ଏଥର କୋଲକାତାରେ ପୂର୍ବାଞ୍ଚଳ ପରିଷଦ ବୈଠକ

Zee India

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ନିଷ୍ପତ୍ତିକୁ ବିରୋଧ କରି ଶିବସେନା ଆଜି ପୂର୍ବାହ୍ନରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସନ୍ଧ୍ୟାରେ କହିଛନ୍ତି, ‘ଆମେ ଶିବସେନା ସହ ମେଣ୍ଟ କରି ଏବେବି ମହାରାଷ୍ଟ୍ରରେ ମିଳିତ ସରକାର ଗଠନ ପାଇଁ ପ୍ରସ୍ତୁତ ଅଛୁ। ତେବେ, ସରକାର ଗଠନ ପାଇଁ ଶିବସେନା ରଖୁଥିବା କିଛି ସର୍ତ୍ତ ଆମର ଗ୍ରହଣୀୟ ହେଉନାହିଁ।’

‘ଯେତେବେଳେ ନିର୍ବାଚନ ପୂର୍ବରୁ ଶିବସେନା ସହ ମେଣ୍ଟ ହେଲା, ସେତେବେଳେ ମୁଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟେ ଦେବେନ୍ଦ୍ର ଫଡ଼ନାବୀସ୍‌ଙ୍କୁ ଜନସାଧାରଣରେ ବିଜେପିର ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରାଇଥିଲୁ। ଏବଂ ନୂଆ ସରକାରରେ ବିଜେପିର ଦେବେନ୍ଦ୍ର ଫଡ଼ନାବୀସ୍‌ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ମଧ୍ୟ କରିଥିଲୁ। ସେତେବେଳେ କେହି ଏହାର ବିରୋଧ କରି ନଥିଲେ। କିନ୍ତୁ, ଏବେ ସେମାନେ ନୂଆ ଦାବୀ ଧରି ଆମ ନିକଟକୁ ଆସୁଛନ୍ତି, ଯାହାକି ଆମ ପାଇଁ ଗ୍ରହଣୀୟ ହେଉ ନାହିଁ’ ବୋଲି କହିଛନ୍ତି ଶ୍ରୀ ଶାହା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe