ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିଂଙ୍କ ପରଲୋକ

Advertisment
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିଂଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଃଖ ପ୍ରକାଶ କରି ଟୁଇଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି ଯେ, ରାଜନୀତି ତଥା ସମାଜ ପ୍ରତି ଅନନ୍ୟ ଦୃଷ୍ଟିକୋଣ ପାଇଁ ଯଶବନ୍ତ ସିଂଜୀଙ୍କୁ ସ୍ମରଣ କରାଯିବ।  ବିଜେପିକୁ ମଜବୁତ କରିବାରେ ମଧ୍ୟ ତାଙ୍କର ଭୂମିକା ଥିଲା ଅନନ୍ୟ। ମୁଁ ସବୁବେଳେ ଆମର ପାରସ୍ପରିକ ସଂପର୍କର କଥା ମନେ ରଖିବି | ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା | ଓମ୍ ଶାନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅଟଳ ଜୀଙ୍କ ସରକାର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ପରିଚାଳନା କରିଥିଲେ। ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାରରେ ନିଜର ଦୃଢ଼ ଛାପ ଛାଡ଼ିଥିଲେ। ତାଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ।

ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ କରିଛନ୍ତି ଯେ, ଯଶବନ୍ତ ସିଂଙ୍କୁ ତାଙ୍କର ବୌଦ୍ଧିକ ଦକ୍ଷତା ତଥା ଦେଶ ପାଇଁ ସେ କରିଥିବା ସେବା ପାଇଁ ସଦା ସ୍ମରଣ କରାଯିବ। ରାଜସ୍ଥାନରେ ବିଜେପିକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଃଖର ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା |

ଯଶବନ୍ତ ସିଂ ୧୯୬୦ରେ ଭାରତୀୟ ସେନାରେ ମେଜର ପଦରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏନଡିଏ ଶାସନ ସମୟରେ ଯଶବନ୍ତ ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀପଦ ସମ୍ଭାଳି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe