ହନିଟ୍ରାପ୍‌ରେ ଫସି ବିଜେପି ନେତାଙ୍କ ଆତ୍ମହତ୍ୟା

ହନିଟ୍ରାପ୍‌ରେ ଫସି ବିଜେପି ନେତାଙ୍କ ଆତ୍ମହତ୍ୟା

Hindustan Times

ବେଙ୍ଗାଲୁରୁ : ଗତ ଗୁରୁବାର ଦିନ ବେଙ୍ଗାଲୁରୁରେ ୪୬ ବର୍ଷୀୟ ବିଜେପି ନେତା ଅନନ୍ତରାଜୁଙ୍କ ଆତ୍ମହତ୍ୟାକୁ ନେଇ କେତେକ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ତଦନ୍ତରୁ ସାମ୍ନାକୁ ଆସିଛି। ହନିଟ୍ରାପ୍‌ର ଶିକାର ହେବାପରେ ଅନନ୍ତରାଜୁ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି। ପୁଲିସ କହିଛି, ଅନନ୍ତରାଜୁଙ୍କ ଆତ୍ମହତ୍ୟା ପଛରେ ଦୁଇଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଅନନ୍ତରାଜୁ ହିରୋହାଲ୍ଲୀ ଅଂଚଳରେ ବିଜେପିର ସାଂଗଠନିକ ଦାୟିତ୍ବରେ ରହିଥିଲେ।। ଗୁରୁବାର ତାଙ୍କ ଘରେ ଏକ ସିଲିଂ ଫ୍ୟାନରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେହି ଘରୁ ଏକ ସୁଇସାଇଡ୍‌ ନୋଟ୍ ପୁଲିସ ଜବତ କରିଥିଲା। ଏଥିରେ ଜଣେ ମହିଳା ତାଙ୍କୁ ନିର୍ଯାତନା ଦେଉଥିବା ଉଲ୍ଲେଖ କରିଛନ୍ତି ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe