ଡିଏମ୍‌କେ ସାଂସଦ କାନିମୋଝିଙ୍କୁ ‘ଜାରଜ’ ସନ୍ତାନ କହି ବିଜେପି ସଂପାଦକ ରାଜା ହରଡ଼ଘଣାରେ

Advertisment
ଡିଏମ୍‌କେ ସାଂସଦ କାନିମୋଝିଙ୍କୁ ‘ଜାରଜ’ ସନ୍ତାନ କହି ବିଜେପି ସଂପାଦକ ରାଜା ହରଡ଼ଘଣାରେ

Zee India News

ଚେନ୍ନାଇ: ଏକ ବିବାଦୀୟ ଟୁଇଟ୍‌ କରି ଆଜି ହରଡ଼ଘଣାରେ ପଡ଼ି ଯାଇଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ସଂପାଦକ ଏଚ୍‌ ରାଜା। ବିଜେପି ରାଷ୍ଟ୍ରୀୟ ସଂପାଦକ ରାଜାଙ୍କ ଏହି ଟୁଇଟ୍‌କୁ କେନ୍ଦ୍ର କରି ତାମିଲନାଡ଼ୁର ରାଜନୈତିକ ବାତାବରଣ ସରଗରମ ହୋଇପଡ଼ିଛି। ତାମିଲ ଭାଷାରେ କରିଥିବା ଏହି ଟୁଇଟ୍‌ରେ ରାଜା ଡିଏମ୍‌କେର ରାଜ୍ୟସଭା ସାଂସଦ କେ କାନିମୋଝିଙ୍କୁ ଏକ ‘ଅବୈଧ ବା ଜାରଜ ସନ୍ତାନ’ ବୋଲି ଆକ୍ଷେପ କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ସାଂସଦ କାନିମୋଝି ହେଉଛନ୍ତି ହେଉଛନ୍ତି ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ଝିଅ।


ତେବେ, ସୋସିଆଲ ମିଡିଆରେ ସବୁବେଳେ ରାଜନୈତିକ ଭୁଲ ତଥ୍ୟ ପୋଷ୍ଟ କରି ଚର୍ଚ୍ଚା ଓ ବିତର୍କ ଘେରରେ ରହୁଥିବା ବିଜେପିର ସଂପାଦକ ରାଜା ଏବେ ତାମିଲନାଡୁର ରାଜ୍ୟପାଳ ବନଓ୍ଵାରିଲାଲ୍‌ ପୁରୋହିତ ଜଣେ ମହିଳା ସାମ୍ବାଦିକାଙ୍କ ଗାଲକୁ ସ୍ପର୍ଶ କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଟୁଇଟ୍‌ କରିବାକୁ ଯାଇ ସାଂସଦ କାନିମୋଝିଙ୍କୁ ଏପରି ଆକ୍ଷେପ କରି ଆହୁରି ଅଧିକ ବିବାଦ ସୃଷ୍ଟି କରିଛନ୍ତି। ରାଜ୍ୟପାଳଙ୍କୁ ସୁରକ୍ଷା ଦେବାକୁ ଯାଇ ସାଂସଦ କାନିମୋଝିଙ୍କୁ ‘ଜାରଜ’ ସନ୍ତାନ ବୋଲି କହି ଏବେ ନିଜେ ହରଡ଼ଘଣାରେ ପଡ଼ି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe