ବିଜେପି ନେତ୍ରୀଙ୍କଠାରୁ କୋକେନ ଜବତ ମାମଲା: ସାଂସଦ ରାକେଶ ସିଂହ ‘ମାଷ୍ଟରମାଇଣ୍ଡ୍‌’

ବିଜେପି ନେତ୍ରୀଙ୍କଠାରୁ କୋକେନ ଜବତ ମାମଲା: ସାଂସଦ ରାକେଶ ସିଂହ ‘ମାଷ୍ଟରମାଇଣ୍ଡ୍‌’

The Statesman

ନୂଆଦିଲ୍ଲୀ: ପଶ୍ଚିମବଂଗ ବିଜେପି ଯୁବମୋର୍ଚ୍ଚା ନେତ୍ରୀ ପାମେଲା ଗୋସ୍ବାମୀ ଗତକାଲି ୧୦୦ ଗ୍ରାମ କୋକିନ୍‌ ସହ ଗିରଫ ହୋଇଥିବା ବେଳେ ଏହି ମାମଲା ଆଜି ନାଟକୀୟ ମୋଡ଼ ନେଇଛି । ରାଜ୍ୟ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟଙ୍କ ସହ ଘନିଷ୍ଠ ସାଂସଦ ରାକେଶ ସିଂହଙ୍କୁ କୋକିନ ଜବତ ମାମଲାରେ ପାମେଲା ଦାୟୀ କରିଛନ୍ତି। ସମଗ୍ର ମାମଲା ଏମ୍‌ପି ରାକେଶଙ୍କ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ନିଶାଦ୍ରବ୍ୟ ଜବତ ମାମଲାରେ ଗୋଟିଏ ପଟେ ଦଳୀୟ ନେତାଙ୍କ ଅଡ଼ୁଆ ବଢ଼ୁଥିବା ବେଳେ ଅନ୍ୟପକ୍ଷରେ ମାମଲାରେ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେବାପାଇଁ ପାମେଲା ଦାବି କରିଛନ୍ତି। ଆଜି ଏନ୍‌ଡିପିଏସ୍‌ କୋର୍ଟରେ ଶୁଣାଣି ସମୟରେ ପାମେଲା କହିଥିଲେ ଯେ ରାକେଶ ସିଂହ ହେଉଛନ୍ତି ଏହି ଘଟଣାର ‘ମାଷ୍ଟରମାଇଣ୍ଡ୍‌’ ଏବଂ ତାଙ୍କ ଷଡ଼ଯନ୍ତ୍ରରେ ହିଁ କାର୍‌ରେ କୋକିନ୍‌ ରଖାଯାଇଥିଲା ।

ପାମେଲାଙ୍କ ଅଭିଯୋଗ ନେଇ ଆଜି ରାକେଶ ମଧ୍ୟ ତାଙ୍କର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ପାମେଲା ତାଙ୍କ ନାମ କାହିଁକି ନେଉଛନ୍ତି, ସେ କଥା ପାମେଲା ହିଁ କହିପାରିବେ। ତେବେ ମତେ ବଦନାମ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଏହା ଏକ ଘୃଣ୍ୟ ରାଜନୀତି ଏବଂ ଏଥିରେ ସେ ବିଶ୍ବାସ କରନ୍ତି ନାହିଁ ବୋଲି ରାକେଶ କହିଛନ୍ତି। ଆଜି ବିଜେପି ଲିଗାଲ୍‌ ସେଲ୍‌ ପକ୍ଷରୁ କୁହାଯାଇଛି ଯେ ପାମେଲା ଗୋସ୍ବାମୀ ମାମଲାରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତାଙ୍କୁ ଜାମିନ ନମିଳିଲେ ଦଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଲିଗାଲ୍‌ ସେଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe