photo-india today
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ। ସେ ଏକ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ପରିବାରର ଟ୍ରକଗୁଡ଼ିକ ପ୍ରତିଦିନ କୋଇଲା ଉତ୍ତୋଳନ କରୁଥିଲେ, ଯାହା ମଧ୍ୟ ବାହାରକୁ ଯାଇଥିଲା। ଏହା କେବଳ କୋଇଲା ଚୋରା ଚାଲାଣର ବିଷୟ, ଯାହାର ମଧ୍ୟ ପ୍ରମାଣ ଅଛି ।
ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରିବାର କେବଳ କୋଇଲା ଚୋରା ଚାଲାଣ ନୁହେଁ, ଗୋ ଚୋରା ଚାଲାଣ କାରବାର କରି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି। ଆଗାମୀ ସମୟରେ ଲୋକେ ମଧ୍ୟ ଜାଣିପାରିବେ ଯେ ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟମାନେ ଗୋ ଚୋରା ଚାଲାଣ ରୁ କିପରି ଟଙ୍କା ରୋଜଗାର କରୁଥିଲେ। ଏହାର ପ୍ରମାଣ ବି ତାଙ୍କ ପାଖରେ ରହିଛି ବୋଲି ସେ ଜୋର ଦେଇ କହିଛନ୍ତି।
indiatodayସିବିଆଇ ଟିମ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ସାଂସଦ ଥିବା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିବା ଘଟଣା ଉପରେ ରବିବାର ଦିନ ପ୍ରତିକ୍ରିୟା ରଖି କୈଳାସ ବିଜୟବର୍ଗୀୟ କହିଛନ୍ତି ଯେ, ନିର୍ବାଚନ ସହ ସିବିଆଇ ତଦନ୍ତର କୌଣସି ସମ୍ପର୍କ ନାହିଁ। ଯେତେବେଳେ ସିବିଆଇକୁ ତଥ୍ୟ ମିଳିବ, ସେମାନେ ଡକାଇବେ। ଅଭିଷେକଙ୍କ ଶାଶୁଘରର ଲୋକମାନେ ଏଥିରେ (କୋଇଲା ଚୋରା ଚାଲାଣ) ଜଡ଼ିତ ଅଛନ୍ତି। ଖାଲି ସେତିକି ନୁହେଁ, ଅନେକ ଆଇଏସ୍ ଓ ଆଇପିଏସ୍ ଅଧିକାରୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଏହାର ସମସ୍ତ ନଥିପତ୍ର ମୋ ପାଖରେ ଅଛି। '
Follow Us