ନୂଆଦିଲ୍ଲୀ: ବିଜେପି ନେତା କପିଲ ମିଶ୍ରା ଆମ ଆଦମି ପାର୍ଟିର ପାର୍ଷଦ ତାହିର ହୁସେନଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ହିଂସା କରୁଥିବା ଯୁବକଙ୍କ ସହିତ ଆମ ଆଦମି ପାର୍ଟିର କାଉନସିଲର୍ ତାହିର ହୁସେନ ହାତରେ ଠେଙ୍ଗା ଧରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି କି ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପଛରେ ତାହିରଙ୍କ ହାତ ଅଛି ।
 image source-jagran.comଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ କଥିତ ଭାବେ ଆମ ଆଦମି ପାର୍ଟିର କାଉନସିଲର୍ ତାହିର ହୁସେନ ହିଂସା କରୁଥିବା ଯୁବକଙ୍କ ସହିତ ହାତରେ ଠେଙ୍ଗା ଧରିଛନ୍ତି ।
ମାତ୍ର ତାହିର ନିଜ ଉପରେ ଆସିଥିବା ଅଭିଯୋଗ ଠିକ୍ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ନିଜକୁ ବଞ୍ଚାଇବାକୁ ଯାଇଏପରି କରିଥିଲେ। ତାଙ୍କର ଘର ଛାତ ଉପରକୁ କିଛି ଲୋକ ଜବରଦସ୍ତି ଚଢ଼ିଥିଲେ ଏବଂ ପୁଲିସର ସହଯୋଗରେ ସେମାନଙ୍କୁ ତଳକୁ ଓହ୍ଲାଯାଇଥିଲା । ଦିଲ୍ଲୀ ହିଂସାରେ ଛାତ ଉପରୁ ପେଟ୍ରୋଲ ବୋମା ଓ ପଥର ଫିଙ୍ଗା ଯାଇଥିଲା । ବିକ୍ଷୋଭକାରୀମାନେ ହାତରେ ଠେଙ୍ଗା ଓ ମୁହଁରେ କପଡ଼ା ବାନ୍ଧିଥିଲେ ।
/sambad/media/post_attachments/wp-content/uploads/2020/02/tahir-1.png)
ସୂଚନାଯୋଗ୍ୟ, ଅଙ୍କିତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଘର ନିକଟରେ ଅଙ୍କିତଙ୍କୁ ତାହିରଙ୍କ ଲୋକେ ନେଇଯାଇଥିଲେ । ପରେ ମୃତଦେହ ଉଦ୍ଧାର ହୋଇଥିଲା ।
ଏଣେ ଉତ୍ତର-ପୂର୍ବ ଦିଲ୍ଲୀରେ ସୁରକ୍ଷାକର୍ମୀଙ୍କ ବ୍ୟାପକ ମୁତୟନ ଏବଂ ଜାତୀୟ ସୁରକ୍ଷା ସଂସ୍ଥା (ଏନଏସଏ) ଅଜିତ ଡୋଭାଲଙ୍କ ଗସ୍ତ ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।
  
 Follow Us