The Financial Express
ନୂଆଦିଲ୍ଲୀ: କରୋନା ଭାଇରସ୍କୁ ନେଇ ଦିଲ୍ଲୀର ଆପ୍ ସରକାର ବିରୋଧରେ ଆନ୍ଦୋଳନ କରୁଥିବା ଦିଲ୍ଲୀ ବିଜେପି ମୁଖ୍ୟ ସାଂସଦ ମନୋଜ ତିୱାରୀଙ୍କୁ ପୁଲିସ ଅଟକ ରଖିଛି। ଦିଲ୍ଲୀର ଘରୋଇ ହସ୍ପିଟାଲଗୁଡ଼ିକରେ ଅଧିକ ଫି ଆଦାୟ, ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା, କର୍ମଚାରୀଙ୍କୁ ଦରମା ନଦେଇ ସରକାର ବିଜ୍ଞାପନରେ ପାଣି ଭଳି ଅର୍ଥ ଖର୍ଚ୍ଚ କରାଯାଉଥିବା ପ୍ରସଙ୍ଗରେ ତିୱାରୀ ରାଜଘାଟରେ ଆନ୍ଦୋଳନ ଆରମ୍ଭ କରିଥିଲେ। ତିୱାରୀଙ୍କ ସହିତ ବିଜେପି ଅନ୍ୟ କର୍ମୀମାନଙ୍କୁ ମଧ୍ୟ ପୁଲିସ ଅଟକ ରହିଛି। ସେମାନଙ୍କୁ ରାଜଘାଟକୁ ରାଜୀନ୍ଦର ନଗର ଥାନାକୁ ନିଆଯାଇଥିଲା
Follow Us