ଫଡ୍‌ନାଭିସଙ୍କ ତରବରିଆ ଶପଥର ରହସ୍ୟ ଖୋଲିଲେ ବିଜେପି ନେତା, ଦାବିକୁ ଫଡ୍‌ନାଭିସଙ୍କ ଅସ୍ବୀକାର

ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଉଚିତ: ମହାରାଷ୍ଟ୍ର ବିଜେପି ସଭାପତି

www.indiatoday.in

ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେବାର ରହସ୍ୟ ଉନ୍ମୋଚନ କରିଛନ୍ତି ବରିଷ୍ଠ ବିଜେପି ନେତା ଅନନ୍ତ କୁମାର ହେଗଡେ। କର୍ଣ୍ଣାଟକରେ ଏକ ନିର୍ବାଚନୀ ପ୍ରଚାର ସଭାରେ ସ‌େ କହିଛନ୍ତି, ଆବଶ୍ୟକ ସଂଖ୍ୟା ନଥିବା ବିଷୟ ଜଣାଥାଇ ମଧ୍ୟ ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ସେ ଏହି ପଦରେ ପ୍ରାୟ ୮୦ ଘଣ୍ଟା ରହିଲେ। ଏହା କରିବାର କାରଣ ହେଲା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ୪୦ ହଜାର କୋଟିରୁ ଅଧିକ ଅର୍ଥ ରହିଥିଲା। ଶିବସେନା-ଏନସିପି-କଂଗ୍ରେସ ସରକାର ଆସିଲେ ସେହି ଅର୍ଥ ବିକାଶମୂଳକ କାର୍ଯ୍ୟରେ ନଲାଗି ନିଶ୍ଚିତଭାବେ ଅପବ୍ୟବହାର ହୋଇଥାନ୍ତା। ସେହି ଅର୍ଥକୁ ନିରାପଦ ରଖିବା ଲାଗି ଫଡ଼ନାଭିସଙ୍କୁ ୧୫ ଘଣ୍ଟା ସମୟ ଲାଗିଥିଲା ବୋଲି ହେଗଡେ କହିଛନ୍ତି। ତେଣୁ ଏଥିପାଇଁ ପୂର୍ବରୁ ଡ୍ରାମା ରଚାଯିବାର ଆବଶ୍ୟକତା ରହିଥିଲା ବୋଲି ହେଗଡେ କହିଛନ୍ତି ଅନ୍ୟପକ୍ଷରେ ଦେବେନ୍ଦ୍ର ଫଡ଼ନାଭିସ ଏହି ଦାବିକୁ ଖଣ୍ଡନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ରହିବା ଭିତରେ ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟର ଅର୍ଥ ବିଭାଗ ଏହି ଦାବିର ତଦନ୍ତ କରିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe