ଜମ୍ମୁ ଓ କଶ୍ମୀର: ଅନନ୍ତନାଗରେ ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ ଓ କଶ୍ମୀର: ଅନନ୍ତନାଗରେ ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

Image Source: Hindustan Times

ଶ୍ରୀନଗର: ସୋମବାର ଦିନ ଅନନ୍ତନାଗ ଲୋକସଭା ଆସନରେ ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆତଙ୍କବାଦୀମାନେ ଶନିବାର ବିଳମ୍ବିତ ରାତିରେ ବିଜେପି ଜିଲ୍ଲା ଉପସଭାପତିଙ୍କୁ ଗୁଳିମାରି ହତ୍ୟା କରିଛନ୍ତି।

ବିଜେପି ଟିକେଟରେ ଅନନ୍ତନାଗରୁ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୫୫ ବର୍ଷିୟ ଗୁଲାମ ମହମ୍ମଦ୍‌ ମୀର୍‌ଙ୍କୁ ବେରିନାଗସ୍ଥିତ ତାଙ୍କ ଘରେ ହତ୍ୟା କରାଯାଇଛି।
ବିଜେପି ନେତାମାନେ କହିଛନ୍ତି ଯେ ନିକଟରେ ସରକାର ପ୍ରତ୍ୟାହାର କରି ନେଇଥିବାରୁ ମୀର୍‌ଙ୍କର କୌଣସି ନିରାପନତ୍ତା ରକ୍ଷୀ ନ ଥିଲେ।

ବିଜେପି ମୁଖପାତ୍ର ଅଲତାଫ୍‌ ଠାକୁର କହିଛନ୍ତି ଯେ ମୀର୍‌ଙ୍କୁ ଆତଙ୍କବାଦୀମାନେ ଶନିବାର ରାତିରେ ତାଙ୍କ ଘର ଭିତରେ ହତ୍ୟା କରିଛନ୍ତି। ତାଙ୍କ ଦେହରେ ଗୁଳି ଚୋଟ ଲାଗିଥିବା ଏବଂ ସେ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଥିଲେ।

ପୁଲିସ ମୁଖପାତ୍ର କହିଛନ୍ତି ଯେ ଅଜ୍ଞାତ ଆତଙ୍କବାଦୀମାନେ ବିଜେପି ସଦସ୍ୟ ଗୁଲାମ ମହମ୍ମଦ ମୀର୍‌ଙ୍କ ଉପରକୁ ନାଓଁଗାମ୍‌ ବେରିନାଗ ଠାରେ ଗୁଳି ଚଳାଇଥିଲେ।
ଦକ୍ଷିଣ କଶ୍ମୀରରେ ଏହା ହେଉଛି ରାଜନୈତିକ କର୍ମୀଙ୍କୁ ଆକ୍ରମଣ କରାଯିବାର ଦ୍ୱିତୀୟ ଘଟଣା। ଗୁରୁବାର ଦିନ ଟ୍ରାଲ ଠାରେ ଆତଙ୍କବାଦୀମାନେ ଜଣେ ପୂର୍ବତନ ରାଜନୈତିକ କର୍ମୀଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe