ଗୁରୁଗ୍ରାମ : ଗୁରୁଗ୍ରାମର ଏକ ବସ୍ତ୍ରାଳୟରେ ଆଜି ଜଣେ ବିଜେପି ନେତାଙ୍କୁ ଦୁର୍ବୃତ୍ତମାନେ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ବିଜେପି ନେତା ସୁଖବୀର ଖତାନା ସୋରୁମ୍ ଭିତରେ ଥିବା ବେଳେ ୫ ଜଣ ଦୁର୍ବୃତ୍ତ ଅଚାନକ ସେଠାରେ ପହଞ୍ଚି ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ଗୁଳିକାଣ୍ଡ ଘଟାଇ ଅପରାଧୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ସୁଖବୀରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
ଗୁରୁଗ୍ରାମ ସୋରୁମ୍ରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା
Advertisment
Follow Us