Jansatta
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୂର୍ବତନ ବିଜେପି ସଭାପତି ସଂଜୟ ଖୋଖର ଆଜି ପ୍ରାତ ଭ୍ରମଣରେ ଯାଇଥିବା ସମୟରେ ତାଙ୍କୁ କିଛି ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପଶ୍ଚିମ ଉତ୍ତରପ୍ରଦେଶର ବାଗ୍ପତ ସ୍ଥିତ ବିଜେପି ନେତାଙ୍କ ଗ୍ରାମ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ଉକ୍ତ ମାମଲାର ରିପୋର୍ଟ୍ ମାଗିଛନ୍ତି। ମିଳିଥିବା ସୂଚନାନୁଯାୟୀ ସଂଜୟ ଆଜି ସକାଳେ ତାଙ୍କ କ୍ଷେତରେ ଚାଲୁଥିବା ବେଳେ ତାଙ୍କ ଉପରକୁ କିଏ ଲଗାତାର ଗୁଳି ଚାଳନା କରିଥିଲେ। ପରେ ତାଙ୍କ ମୃତହେଦ ଉଦ୍ଧାର ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ୩ ଜଣଙ୍କର ଉକ୍ତ ମାମଲାରେ ସମ୍ପୃକ୍ତି ରହିଛି। ବ୍ୟକ୍ତିଗତ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି କୁହାଯାଉଛି।
Follow Us