ବର୍ଦ୍ଧମାନ: ଶନିବାର ସନ୍ଧ୍ୟା ବେଳେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଶକ୍ତିଗଡ଼ରେ ଅଜ୍ଞାତ ବ୍ୟକ୍ତିମାନେ ‘ବିଜେପି’ ନେତା ରାଜୁ ଝା’ଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି।
ରାଜୁ ଝା’ଙ୍କ ନାଁରେ ଅନେକ ମାମଲା ଥିଲା ଏବଂ ସେ ବେଆଇନ ଭାବେ କୋଇଲା ବ୍ୟବସାୟ ଚଳାଉଥିବା ଅଭିଯୋଗ ହୋଇଥିଲା। ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ‘ବିଜେପି’ରେ ଯୋଗ ଦେଇଥିଲେ।
ଶନିବାର ସନ୍ଧ୍ୟା ବେଳେ ରାଜୁ ଓ ତାଙ୍କ ବନ୍ଧୁମାନେ କୋଲ୍କାତା ଅଭିମୁଖେ ଯାଉଥିବା ବେଳେ ଲୋକପ୍ରିୟ ରହଣିସ୍ଥଳ ଶକ୍ତିଗଡ଼ଠାରେ ଅଟକି ଥିଲେ। ରାଜପଥ କଡ଼ରେ ତାଙ୍କ କାର୍ ଠିଆ ହୋଇଥିବା ବେଳେ ଆଉ ଗୋଟାଏ କାର୍ ଆସି ସେଠାରେ ବ୍ରେକ୍ ମାରି ଅଟକିଲା। ସେ କାର୍ରେ ଥିବା ବ୍ୟକ୍ତିମାନେ ରାଜୁ ଓ ତାଙ୍କ ବନ୍ଧୁମାନଙ୍କ ଉପରକୁ ଗୁଳି ଚଳାଇ ଥିଲେ।
Image Courtesy of NDTVଗୁଳି ଚୋଟରେ ରାଜୁଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ବନ୍ଧୁମାନେ ଆହତ ହୋଇଛନ୍ତି। ସେମାନଙ୍କ ଗାଡ଼ିରେ ଗୁଳିମାଡ଼ ହୋଇଥିବା ଚିହ୍ନ ଥିବା କଥା ଘଟଣାସ୍ଥଳରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି।
ଝା’ଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଆହତମାନେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ପୁଲିସ କହିଛି।
ପୁଲିସ ରାଜୁଙ୍କ ଡ୍ରାଇଭର୍ଙ୍କ ବୟାନ ରେକର୍ଡ କରିଛି। ଜିଲ୍ଲା ପୁଲିସ ମୁଖ୍ୟ କାମନାଶିଷ ସେନ୍ କହିଛନ୍ତି, ପୂର୍ବ ବର୍ଦ୍ଧମାନର ଶକ୍ତିଗଡ଼ରେ କେତେକ ଅଜ୍ଞାନ୍ତ ବ୍ୟକ୍ତିଙ୍କ ଗୁଳି ଚୋଟରେ ‘ବିଜେପି’ ନେତା ରାଜୁ ଝା’ଙ୍କର ମୃତ୍ୟୁ ଘଟିଛି। ଦୁଃଖଦାୟକ ଘଟଣା। ଆକ୍ରମଣକାରୀଙ୍କର ଉଦ୍ଦେଶ୍ୟ ଜାଣିବା ଲାଗି ଉଦ୍ୟମ ଆରମ୍ଭ ହେବା ସହିତ ଘଟଣାର ତଦନ୍ତ ଚାଲିଛି।
Follow Us