ମୁଁ ଆପଣଙ୍କୁ ମାରିଦେବି...; ବିଜେପି ନେତା ସୁଶୀଲ ମୋଦୀଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ମୁଁ ଆପଣଙ୍କୁ ମାରିଦେବି...; ବିଜେପି ନେତା ସୁଶୀଲ ମୋଦୀଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ପାଟନା: ମୁଁ ଆପଣଙ୍କୁ ମାରିଦେବି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀଙ୍କୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଏଭଳି ଲେଖାଥିବା ଧମକପୂର୍ଣ୍ଣ ଚିଠି ମିଳିଛି। ଚମ୍ପା ସୋମ (ସୋମା) ଦ୍ବାରା ସ୍ପିଡ୍ ପୋଷ୍ଟରେ ଆସିଥିବା ଧମକପୂର୍ଣ୍ଣ ଚିଠିରେ ଇଂରାଜୀରେ ଲେଖାଯାଇଛି ଯେ 'ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ମୁଁ ତୃଣମୂଳ କଂଗ୍ରେସର ନେତା। ମମତା ବାନାର୍ଜୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରିବେ। ଆପଣ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ପୋଷା କୁକୁର। ମମତା ବାନାର୍ଜୀ ଏବଂ ନୀତୀଶ କୁମାର ଜିନ୍ଦବାଦ। ମୁଁ ଆପଣଙ୍କୁ ମାରି ଦେବି।

ଚମ୍ପା ସୋମ (ସୋମା) ତାଙ୍କ ମୋବାଇଲ୍ ନମ୍ବରକୁ ମଧ୍ୟ ପଠାଇଥିବା ଧମକପୂର୍ଣ୍ଣ ଚିଠିରେ ଲେଖିଛନ୍ତି। ରାଜେନ୍ଦ୍ର ନଗରରେ ଅବସ୍ଥିତ ସୁଶୀଲ ମୋଦୀଙ୍କ ବ୍ୟକ୍ତିଗତ ବାସଭବନର ଠିକଣାକୁ ଏହି ଚିଠି ପଠାଯାଇଥିବା ଜଣାପଡ଼ିଛି। ଏହା ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅନୁରୋଧ କରି ସୁଶୀଲ ମୋଦି ପାଇଥିବା ଚିଠିକୁ ପାଟନାର ବରିଷ୍ଠ ପୁଲିସ ଅଧୀକ୍ଷକଙ୍କୁ ପଠାଇଛନ୍ତି।

ତେବେ ବିଜେପି ସାଂସଦ କହିଛନ୍ତି ଯେ ସେ ନିକଟରେ ସେ ଏହି ଧମକପୂର୍ଣ୍ଣ ଚିଠି ପାଇଥିଲେ। କିନ୍ତୁ ମଙ୍ଗଳବାର ଏକ ଭିଡିଓ ଜରିଆରେ ସେ ଏ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe